ରାଜଧାନୀରେ ଜମୁଛି ଗହଳି, ସିଲ୍‌ ହେଲା ମାର୍କେଟ, ଦୋକାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 30, 2021

ରାଜଧାନୀରେ ଜମୁଛି ଗହଳି, ସିଲ୍‌ ହେଲା ମାର୍କେଟ, ଦୋକାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ କୋଭିଡ କଟକଣାକୁ ଜାନୁୟାରୀ ପହିଲାରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ଆସିଲାଣି ଗାଇଡଲାଇନ୍‌। ଏହାସତ୍ତ୍ୱେ ଚେତୁ ନାହାନ୍ତି ରାଜଧାନୀବାସୀ।  ରାଜଧାନୀର ବିଭିନ୍ନ ସ୍ଥାନରେ ଅସମ୍ଭାଳ ଗହଳି ହେଉଥିବା ବେଳେ ଚଢ଼ାଉ କରିଛି କମିଶନରେଟ ପୁଲିସ୍‌ ଏବଂ ବିଏମ୍‌ସି । କେବଳ ସେତିକି ନୁହେଁ ବିଭିନ୍ନ ମାର୍କେଟ ଓ ଦୋକାନକୁ ସିଲ୍ ମଧ୍ୟ କରିଛି ।

କୋଭିଡ୍ ଗାଇଡ ଲାଇନ ଉଲ୍ଲଘଂନ କରି ଅତ୍ୟଧିକ ଗହଳି ହେଉଥିବା ଅଭିଯୋଗରେ ରାମ ମନ୍ଦିର ପାଖ ଜଳଖିଆ ଦୋକାନଠୁ ଆରମ୍ଭ କରି ଖାଓ ଗଳି, ଏସ୍‌ପ୍ଲାନେଡ୍‌ ମଲ୍‌ ଫୁଡ୍ କୋର୍ଟ, ଏୟାରପୋର୍ଟ ରୋଡ ଖାଓ ମାର୍କେଟ, ଗୋପବନ୍ଧୁ ଛକ ପାଖ ଖାଓ ମାର୍କେଟ ଆଦିକୁ ସିଲ୍ କରାଯାଇଛି । ଏପରିକି ନର୍ଥ ଜୋନର ପଟିଆ ସ୍ଥିତ ଏକ ବାର୍କକୁ ସିଲ୍‌ କରିଛି ବିଏମସି । କୋଭିଡ ନିୟମର ଉଲଂଘନ ହୋଇଥିବାରୁ ବିଭିନ୍ନ ଜୋନର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଚେକିଂ କରିବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନାଯୋଗ୍ୟ, କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ପୂରା ଦେଶ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା ପ୍ରବେଶ କରିସାରିଛି। ରାଜ୍ୟରେ ଆଜି ୫ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ପାଇଁ ଗାଇଡଲାଇନ୍‌କୁ ଅଧିକ କଡ଼ାକଡ଼ି କରାଯାଇଛି ।

ନୂଆ ଗାଇଡଲାଇନ୍ ମୁତାବକ, ଜାନୁଆରୀ ମାସରେ କୌଣସି ସ୍ଥାନରେ ପିକନିନ୍ କରିବାକୁ ମନା କରାଯାଇଛି। ପାର୍କ, ବେଳାଭୂମି କିମ୍ବା ଅନ୍ୟାନ୍ୟ ପିକନିକ୍ ସ୍ପଟରେ ପିକନିକ୍ ମନାଇ ପାରିବେ ନାହିଁ। ଏପରିକି ଜାନୁଆରୀ ମାସରେ କୌଣସି ଶିକ୍ଷାନୁଷ୍ଠାନ ପିକନିକ୍ ମନାଇବାକୁ ଯାଇପାରିବେ ନାହିଁ। ରାଜ୍ୟ ସରକାର ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ନା କରିଛନ୍ତି। ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି।

The post ରାଜଧାନୀରେ ଜମୁଛି ଗହଳି, ସିଲ୍‌ ହେଲା ମାର୍କେଟ, ଦୋକାନ appeared first on Odisha Reporter.



from Odisha Reporter https://ift.tt/3401PHQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages