ଭାରତରେ ଓମିକ୍ରନ ନେଲା ପ୍ରଥମ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 30, 2021

ଭାରତରେ ଓମିକ୍ରନ ନେଲା ପ୍ରଥମ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାରେ ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଆତଙ୍କ ଦେଖାଦେଇଛି। ଭାରତରେ ମଧ୍ୟ ଓମିକ୍ରନ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ତେବେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। କରୋନା ଭାଇରସ୍ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ଥିବା ବ୍ୟକ୍ତି ଜଣକ ୟଶବନ୍ତରାଓ ଚଭନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା। ଡାକ୍ତରଙ୍କ ବହୁ ପ୍ରୟାସ ସତ୍ତ୍ୱେ ସେ ବଞ୍ଚିପାରିନଥିଲେ।

ମିଳିଥିବା ସୂଚନା ମୁତାବକ ଏହି ୫୨ ବର୍ଷୀୟ ବ୍ୟକ୍ତିଜଣକ ନାଇଜେରିଆରୁ ଫେରିଥିଲେ। ସଂକ୍ରମିତ ହେବା ପରେ ଡିସେମ୍ବର ୨୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ଦେଶରେ ଓମିକ୍ରନ ଆକ୍ରାନ୍ତରେ ପ୍ରଥମ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିଲା। ହେଲେ ଗୁରୁବାର ତାଙ୍କର ଏନଆଇଭି ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ ସେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ଥିଲେ। ଏ ନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ଓମିକ୍ରନ ଭାଇରସ୍ କାୟା ମେଲାଇ ସାରିଛି ଏବଂ ଏହି ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ସର୍ବାଧିକ ଓମିକ୍ରନ ସଂକ୍ରମଣ ମାମଲା ମହାରାଷ୍ଟ୍ରରୁ ଆସିଛି। ଗୁରୁବାର ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମଣର ୧୯୮ ମାମଲା ସାମ୍ନାକୁ ଆସିଥିଲା। ଏହାସହ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଛି।

ଓମିକ୍ରନ ଭାରିଏଣ୍ଟ ବିପଦକୁ ଦୃଷ୍ଟିରେ ରଖି ବିଭିନ୍ନ ମହାରାଷ୍ଟ୍ର ସରକାର କଟକଣାକୁ କଡ଼ାକଡ଼ି କରିଛନ୍ତି। ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ପୂର୍ବରୁ ବଳବତ୍ତର ରହିଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ଗୁରୁବାରଠାରୁ ମୁମ୍ବାଇରେ ୧୪୪ ଲାଗୁ କରିଛନ୍ତି। ଏପରି ସ୍ଥିତିରେ ମୁମ୍ବାଇରେ ନୂଆ ବର୍ଷରେ ପବ୍, ରେଷ୍ଟୁରାଣ୍ଟ ଓ ହୋଟେଲେରେ ପାର୍ଟି କରିବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ମୁମ୍ବାଇରେ ଏହି ନିୟମ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ରାଜ୍ୟ ସରକାର କହିଛନ୍ତି।

The post ଭାରତରେ ଓମିକ୍ରନ ନେଲା ପ୍ରଥମ ଜୀବନ appeared first on Odisha Reporter.



from Odisha Reporter https://ift.tt/3eDiza1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages