ରାଜ୍ୟରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ଉଭୟେ ନାବାଳିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 23, 2021

ରାଜ୍ୟରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ଉଭୟେ ନାବାଳିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ଓଡ଼ିଶାରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌। ୨୧ ତାରିଖରେ ରାଜ୍ୟରେ ପ୍ରଥମେ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣ ବାହାରିଛନ୍ତି।  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଆଉ ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଆକ୍ରାନ୍ତ ଦ୍ୱୟ ନାବାଳିକା ଓ ସେମାନେ ଦୁଇ ଭଉଣୀ। ଜଣଙ୍କୁ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ୧୫ ବର୍ଷର। ଗତ ୧୩ ତାରିଖରେ  ସେମାନେ ବାପାମା’ଙ୍କ ସହିତ ନାଇଜେରିଆରୁ ଫେରିଥିଲେ। ତେବେ ସେମାନଙ୍କ ବାପାମା’ଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

ରାଜ୍ୟରେ ପୂର୍ବରୁ ଚିହ୍ନଟ ୨ ଓମିକ୍ରନ ଆକ୍ରାନ୍ତ ଯଥାକ୍ରମେ ନାଇଜେରିଆ ଓ କତାରରୁ ଫେରିଥିଲେ।  ରାଜ୍ୟରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ଏବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ଟେଷ୍ଟିଂକୁ ବଢ଼ାଯିବା ସହ ଟିକାକରଣକୁ ଜୋରଦାର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ଦୈନିକ କୋଭିଡ ଟେଷ୍ଟିଂ ୭୦ ହଜାରକୁ ବୃଦ୍ଧି କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି  । ଏଥିସହ ୨୦୨୨ ଜାନୁଆରୀ ୧୫ ସୁଦ୍ଧା ଟିକାକରଣ ଶତ ପ୍ରତିଶତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗ୍ରାମୱାରୀ ଟିକାକରଣ ସୂଚୀ ଆଗୁଆ ଗାଁଗୁଡ଼ିକୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ମୁକାବିଲା ପାଇଁ ପ୍ରସ୍ତୁତ ଋଣନୀତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ସନ୍ଧ୍ୟା ୬ଟା ୩୦ରେ ମୋଦିଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ,  ଏଯାବତ୍ ଦେଶରେ ୨୩୬ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୪ଜଣ ଆରୋଗ୍ୟ ହୋଇସାରିଛନ୍ତି।

The post ରାଜ୍ୟରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ଉଭୟେ ନାବାଳିକା appeared first on Odisha Reporter.



from Odisha Reporter https://ift.tt/3yQURjK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages