ସନ୍ନିଙ୍କୁ ନେଇ ହଙ୍ଗାମା, ବ୍ୟାନ୍‌ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 23, 2021

ସନ୍ନିଙ୍କୁ ନେଇ ହଙ୍ଗାମା, ବ୍ୟାନ୍‌ ଦାବି

ମୁମ୍ବାଇ: ପୁଣି ଟାର୍ଗେଟ୍‌ରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି। ତାଙ୍କୁ ନେଇ ଆରମ୍ଭ ହୋଇଛି ହଙ୍ଗାମା। ସୋଶାଲ ମିଡିଆରେ ଲୋକେ ତାଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି। ଏପରିକି ତାଙ୍କୁ ବ୍ୟାନ୍‌ କରିବା ପାଇଁ ଦାବି ହୋଇଛି।

ସନ୍ନି ଲିଓନିଙ୍କ ନୂଆ ମ୍ୟୁଜିକ ଭିଡିଓ ଆଲବମ ‘ନାଚେ ମଧୁବନ ମେଁ ରାଧିକା’ ଜରିଆରେ ଦୀର୍ଘ ଦିନ ପରେ ସେ କମ୍‌ବ୍ୟାକ୍‌ କରିଛନ୍ତି। ତେବେ ୨୨ ଡିସେମ୍ବରରେ ମୁକ୍ତିଲାଭ କରିଥିବା ଏହି ଗୀତଟି ବିବାଦ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ସନ୍ନି ଲିଓନଙ୍କ ଗୀତକୁ ନେଇ ଟ୍ରୋଲ କରାଯାଉଛି। ସନ୍ନି ଲିଓନ ଏହି ଗୀତ ମାଧ୍ୟମରେ ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଞ୍ଚାଇ ଥିବା ଅଭିଯୋଗ ହୋଇଛି। ସନ୍ନି ଲିଆନିଙ୍କ ଏହି ଗୀତ ବ୍ୟାନ୍‌ କରିବାକୁ ମଧ୍ୟ ଦାବି ହୋଇଛି।

ଜଣେ ୟୁଜର୍ସ ଲେଖିଛନ୍ତି – ପୁନର୍ବାର ଏହିପରି ଗୀତ ଜରିଆରେ ଏକ ଅଶ୍ଳୀଳ ଡ୍ୟାନ୍ସ କରି ଆମ ଭାବନା ଆଘାତ ଦିଆଯାଇଛି। ଅନ୍ୟ ଜଣେ ଲେଖିଛନ୍ତି – ରାଧିକା ଜଣେ ନୃତ୍ୟଶିଳ୍ପୀ ନୁହଁନ୍ତି ବରଂ ସେ ଶ୍ରୀକୃଷ୍ଣଙ୍କ ଜଣେ ଭକ୍ତ ଥିଲେ। ମଧୁବନ୍ ଏକ ଶାନ୍ତିର ସ୍ଥାନ। ରାଧା ମଧୁବନରେ ଏହିପରି ନାଚନ୍ତି ନାହିଁ। ଏହା ଲଜ୍ଜାଜନକ ଗୀତ। ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି -ଏହି  ସବୁ ଗୀତକୁ ବିକ୍ରି କରିବା ପରିବର୍ତ୍ତେ ଭଗବାନ କୃଷ୍ଣ ଏବଂ ରାଧାଙ୍କୁ ପୂଜା କରିବା ଶିଖ। ଆପଣମାନେ ହିନ୍ଦୁ ଧର୍ମକୁ ପରିହାସ କରୁଛନ୍ତି।’

ସୂଚନା ମୁତାବକ ସନ୍ନି ଲିଓନୀଙ୍କ ଏହି ବିବାଦୀୟ ଗୀତକୁ ବଲିଉଡ ସିଙ୍ଗର କନିକା କପୁର ଓ ଅରିନ୍ଦମ ଚକ୍ରବର୍ତ୍ତୀ ଗାଇଛନ୍ତି। ମନୋଜ ଯାଦବ ଏହାର ଲିରିକ୍ସ ଲେଖିଛନ୍ତି। ବିବାଦ ସତ୍ତ୍ୱେ ଗୀତଟି ରିଲିଜ ହେବାର ଗୋଟିଏ ଦିନ ଭିତରେ ହିଁ ୟୁଟ୍ୟୁବ୍‌ରେ ଧମାଲ କରିଛି।

The post ସନ୍ନିଙ୍କୁ ନେଇ ହଙ୍ଗାମା, ବ୍ୟାନ୍‌ ଦାବି appeared first on Odisha Reporter.



from Odisha Reporter https://ift.tt/3HbwsbP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages