ବାଲିଗୁଡ଼ା (ଅଜିତ ନାୟକ): ବୁଲାଣି ରାସ୍ତାରେ ଓଲଟି ପଡ଼ିଲା କାର। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଆମ୍ବଖାଲିଆ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି।
ହରିଆଣାର ତିନି ଜଣ ଯୁବକ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। ଆଜି ଭୋରରେ ସେମାନେ ସେଠାରୁ ଫେରୁଥିଲେ। ସେମାନେ ୫୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଆମ୍ବଖାଲିଆ ନିକଟରେ ଏକ ବୁଲାଣିରେ କାରଟି ଭାରସାମ୍ୟ ହରାଇଥିଲା। ଫଳରେ କାରଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। କାରରେ ବସିଥିବା ୩ ପର୍ଯ୍ୟଟକଙ୍କ ମଧ୍ୟରୁ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘନ କୁହୁଡ଼ି ଓ ତୀକ୍ଷ୍ଣ ବୁଲାଣି ରାସ୍ତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
The post ବୁଲାଣି ରାସ୍ତାରେ ହରାଇଲା ଭାରସାମ୍ୟ, ଓଲଟିଲା କାର୍ appeared first on Odisha Reporter.
from Odisha Reporter https://ift.tt/3EOYCII
No comments:
Post a Comment