ନିଜ ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 12, 2021

ନିଜ ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ମାଡ଼

ସାଲେପୁର(ଓଡ଼ିଶା ରିପୋର୍ଟର): ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ହୋଇଛି ଚପଲ ମାଡ଼। ତାହା ପୁଣି ତାଙ୍କ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ। ଅବଶ୍ୟ ଚପଲଟି ତାଙ୍କ ଦେହରେ ବାଜି ନଥିଲା। ଏହା ତାଙ୍କ ସୁରକ୍ଷାକର୍ମୀଙ୍କ ଦେହରେ ବାଜିଥିଲା।

ଘଟଣାଟି ଘଟିଛି କଟକ ଜିଲ୍ଲା ମାହାଙ୍ଗାର ଏରକଣାରେ। ଗତକାଲି ସେଠାରେ ଆୟୋଜିତ ଶରତ ଉତ୍ସବ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେ ମଞ୍ଚରେ ବସିଥିବା ବେଳେ ତଳୁ ଭିଡ଼ ଭିତରୁ ଜଣେ ବ୍ୟକ୍ତି ତାଙ୍କୁ ଲକ୍ଷ୍ୟ କରି ଚପଲଟିଏ ଫୋପାଡ଼ି ଥିଲେ। ଏହା ପରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ମନ୍ତ୍ରୀଙ୍କୁ ଚପଲ ଫିଙ୍ଗି ଥିବା ବ୍ୟକ୍ତିଙ୍କୁ ପୁଲିସ୍‌ କିଛି ସମୟ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ କାହିଁକି ମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗି ଥିଲେ, ସେ ନେଇ କିଛି ସୂଚନା ମିଳିପାରି ନାହିଁ।

 

The post ନିଜ ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ମାଡ଼ appeared first on Odisha Reporter.



from Odisha Reporter https://ift.tt/3lZRxhc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages