ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକାରେ ମହିଳାମାନଙ୍କ ପାଇଁ ୫୦% ବିଚାରପତି ପଦ ରହିବା ସପକ୍ଷରେ ମତ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା। କଲେଜିୟମ ସଦସ୍ୟଙ୍କ ସହ ସେ ସାମ୍ବିଧାନିକ କୋର୍ଟଗୁଡ଼ିକରେ ୫୦% ବିଚାରପତି ପଦ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯିବା ପ୍ରସଙ୍ଗରେ କଥା ହେବେ ବୋଲି କହିଛନ୍ତି। ମହିଳା ଓକିଲମାନଙ୍କୁ ସମ୍ବୋଧନ କରିବା ବେଳେ ଜଷ୍ଟିସ ରମନ୍ନା ଏକଥା କହିଛନ୍ତି। ଏଥିସହ ଅଧିକରୁ ଅଧିକ ଝିଅମାନେ ଆଇନ ପାଠ୍ୟକ୍ରମ ପଢ଼ିବାକୁ ଆଗ୍ରହ ଦେଖାନ୍ତୁ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି।
ବର୍ତ୍ତମାନ ସୁପ୍ରିମକୋର୍ଟର ୩୩ ବିଚାରପତି ପଦରୁ ୪ଟିରେ ମହିଳାଙ୍କୁ ନିଯୁକ୍ତି ମିଳିଛି। ସେହିପରି ଦେଶର ବିଭିନ୍ନ ହାଇକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ମାତ୍ର ୧୧.୫%। ଏହାକୁ ଦୃଷ୍ଟିରେ ରଖି ଜଷ୍ଟିସ ରମନ୍ନା ଗୋଟିଏ କାର୍ଯ୍ୟକ୍ରମରେ କହିଛନ୍ତି, “ସିଜେଆଇ ଭାବେ ମୁଁ ନିଶ୍ଚିତ ଏ ପ୍ରସଙ୍ଗରେ ବିଚାର କରିବି। ଏହାକୁ କେବେ ହେଲେ ଅଣଦେଖା କରାଯାଇ ପାରିବ ନାହିଁ।”
ନ୍ୟାୟପାଳିକାରେ ୫୦% ମହିଳା ପ୍ରତିନିଧି ପାଇଁ ଚାଲିଥିବା ଦାବି ଉପରେ ସେ କହିଛନ୍ତି, “କୋର୍ଟଗୁଡ଼ିକରେ ମହିଳା ବିଚାରପତିଙ୍କୁ ନିଯୁକ୍ତ କରିବାକୁ ହେଲେ ଅଧିକରୁ ଅଧିକ ଝିଅ ଆଇନ ପାଠକ୍ରମ୍ୟରେ ଗ୍ରାଜ୍ୟୁଏଟ କରିବା ଉଚିତ। ଏହି କାରଣରୁ ମୁଁ ପୂର୍ବରୁ ଦେଶର ବିଭିନ୍ନ ଆଇନ କଲେଜରେ ଝିଅମାନଙ୍କ ପାଇଁ ସମାନ ସଂରକ୍ଷଣ ନୀତି ଲାଗୁ କରିବା ସପକ୍ଷରେ ମତ ଦେଇଥିଲି।
ଆମ ନିମ୍ନ ନ୍ୟାୟପାଳିକାରେ ମହିଳା ବିଚାରପତିଙ୍କ ହାର ୩୦% ରହିଛି। ମହିଳା ଓକିଲଙ୍କ ସଂଖ୍ୟା ମଧ୍ୟ ଉତ୍ସାହନଜନକ ନୁହେଁ। ପଞ୍ଜିକୃତ ହୋଇଥିବା ୧.୭ ମିଲିୟନ ଓକିଲଙ୍କ ମଧ୍ୟରୁ କେବଳ ୧୫% ହେଉଛନ୍ତି ମହିଳା।”
The post ୫୦% ମହିଳା ଜଜ୍ ପଦ ସପକ୍ଷରେ ମତ ଦେଲେ ସିଜେଆଇ appeared first on Odisha Reporter.
from Odisha Reporter https://ift.tt/3yrvpRO
No comments:
Post a Comment