’ରଙ୍ଗବତୀ’ ସ୍ରଷ୍ଟା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 14, 2021

’ରଙ୍ଗବତୀ’ ସ୍ରଷ୍ଟା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସୁପ୍ରସିଦ୍ଧ ସଙ୍ଗୀତ ’ରଙ୍ଗବତୀ’ର ସ୍ରଷ୍ଟା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇ ପଡ଼ିଛନ୍ତି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ଗତକାଲି ପ୍ରଥମେ କୁଚିଣ୍ଡା ମେଡିକାଲ ନିଆଯାଇଥିଲା । ପରେ ସେଠାରୁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ସେଠାରୁ ପୁଣି ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତାଙ୍କୁ ବର୍ତ୍ତମାନ ବୁର୍ଲା ମେଡିକାଲର କାର୍ଡିଓଲୋଜି ବିଭାଗରେ ରଖି ଚିକିତ୍ସା କରାଯାଉଛି  ।

ସୂଚନାଯୋଗ୍ୟ, ୧୯୪୨ ମସିହା ମାର୍ଚ୍ଚ ୧୭ ତାରିଖରେ ସମ୍ବଲପୁର ଜିଲ୍ଲାର ବିଲୁଙ୍ଗା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଗୋନ୍ତିଆ। ମାତ୍ର ୧୫ ବର୍ଷ ବୟସରୁ ସେ ସମ୍ବଲପୁରୀ ଲୋକଗୀତ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ଗୀତ ୧୯୭୮ ମସିହାରେ ପ୍ରଥମ ଥର ପାଇଁ ସମ୍ବଲପୁସ୍ଥିତ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥିଲା। ଏହାପରେ ତାଙ୍କ ଦ୍ୱାରା ରଚିତ ‘ରଙ୍ଗବତୀ’ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା ଓ ତାଙ୍କୁ ଘରେ ଘରେ ପରିଚିତ କରି ପାରିଥିଲା।

ମିତ୍ରଭାନୁ ଗୌନ୍ତିଆ ଶିକ୍ଷକତା ବୃତ୍ତି କରି ଅବସର ଗ୍ରହଣ କରି ସାରିଥିଲେ ମଧ୍ୟ ନିଜ ଲୋକଗୀତ ରଚନା ପାଇଁ  ୨୦୨୦ ମସିହାରେ ପଦ୍ମଶୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ନିଜ ଜୀବନକାଳରେ ପ୍ରାୟ ହଜାରେରୁ ଅଧିକ ଲୋକସଙ୍ଗୀତ ରଚନା କରି ସାରିଛନ୍ତି। ମିତ୍ରଭାନୁ ଗୌନ୍ତିଆଙ୍କ ଅସୁସ୍ଥତାଜନିତ ଖବର ପ୍ରଚାରିତ ହେବା ପରେ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

The post ’ରଙ୍ଗବତୀ’ ସ୍ରଷ୍ଟା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ appeared first on Odisha Reporter.



from Odisha Reporter https://ift.tt/3pWft6i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages