ବର୍ମା: ନାଗରିକ ନେତା ଅଙ୍ଗ ସନ୍ ସୁ କିଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ। ସେନା ବିରୋଧରେ ଅସନ୍ତୋଷ ସୃଷ୍ଟି କରିବା ଏବଂ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯଗୋରେ ତାଙ୍କୁ ମିଆଁମାର୍ର ଏକ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହାପୂର୍ବରୁ କୋର୍ଟ ମଙ୍ଗଳବାର ଦିନ ଏହି ରାୟ ଶୁଣାଇଥା’ନ୍ତେ। କିନ୍ତୁ ଅତିରିକ୍ତ ସାକ୍ଷୀଙ୍କୁ ସାକ୍ଷ୍ୟ ଦେବାକୁ ଅନୁମତି ଦିଆଯାଉଥିବାରୁ କୋର୍ଟ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା।
ନ୍ୟୁଜ୍ ଏଜେନ୍ସି AFP ସୂଚନା ମୁତାବକ, ସେନା ବିରୋଧରେ ଅସନ୍ତୋଷ ସୃଷ୍ଟି କରିବା ଏବଂ କରୋନା ନିୟମ ଉଲ୍ଲଂଘନ ପାଇଁ ତାଙ୍କୁ ଦାୟୀ କରାଯାଇଛି। ସାମରିକ ସରକାରୀ ମୁଖପାତ୍ର ଜ ମିନ ତୁନ କହିଛନ୍ତି ଯେ, ସୁ କିଙ୍କୁ ଧାରା ୫୦୫ (ଖ) ଅନୁଯାୟୀ ଦୁଇ ବର୍ଷ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଅଧିନିୟମ ଅନୁଯାୟୀ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ୱିନ ମିଣ୍ଟଙ୍କୁ ମଧ୍ୟ ସମାନ ଅଭିଯୋଗରେ ଚାରି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। କିନ୍ତୁ ତାଙ୍କୁ ଏବେ ଜେଲକୁ ନିଆଯିବ ନାହିଁ।
ଦେଶରେ ସତ୍ତା ପରିବର୍ତ୍ତନ ପରଠାରୁ ତଥା ଗତ ଫେବ୍ରୁଆରୀ ୧ ତାରିଖ ଠାରୁ ୭୬ ବର୍ଷୀୟ ସୁ କି ଜେଲ୍ରେ ଅଛନ୍ତି। ସୁ କିଙ୍କୁ ଗିରଫ କରିବା ପରେ ସେନା ତାଙ୍କ ବିରୋଧରେ ସବୁ ପ୍ରକାର ଅଭିଯୋଗ ଆଣିଥିଲା । ସେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ, ଦୁର୍ନୀତି ଏବଂ ନିର୍ବାଚନୀ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା।
ଯଦି ଏ ସମସ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ନୋବେଲ ବିଜେତା ସୁ କି ଦଶନ୍ଧି ଧରି ଜେଲରେ ରହିପାରନ୍ତି। ରାଜଧାନୀରେ ସେନା ଦ୍ୱାରା ସ୍ଥାପିତ ଏକ ସ୍ୱତନ୍ତ୍ର କୋର୍ଟର କାର୍ଯ୍ୟାନୁଷ୍ଠାନରୁ ସାମ୍ବାଦିକମାନଙ୍କୁ ଦୂରେଇ ରଖାଯାଇଛି। ଏହାପୂର୍ବରୁ ସୁ କିଙ୍କର ଓକିଲମାନଙ୍କୁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବାକୁ ମଧ୍ୟ ବାରଣ କରାଯାଇଥିଲା।
The post ସୁ କିଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ appeared first on Odisha Reporter.
from Odisha Reporter https://ift.tt/3ppa9rM
No comments:
Post a Comment