କୋହିମା: ନାଗାଲାଣ୍ଡର ମୋନ ଜିଲ୍ଲାରେ ଶନିବାର ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଗୁଳିମାଡ ଘଟଣାରେ ଏଫ୍ଆଇଆର୍ ରୁଜୁ। ଭାରତୀୟ ସେନାର ପାରା ସ୍ପେଶାଲ ଫୋର୍ସ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଛି ନାଗାଲାଣ୍ଡ ପୁଲିସ। ୧୪ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଏଫ୍ଆଇଆର୍ରେ ନାଗାଲାଣ୍ଡ ପୁଲିସ୍ ସ୍ପଷ୍ଟ ଭାବରେ କହିଛି ଯେ ପାରା ସ୍ପେଶାଲ୍ ଫୋର୍ସ ଅପରେସନ୍ ବାବଦରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇ ନାହିଁ କିମ୍ବା କୌଣସି ପୁଲିସ୍ ଗାଇଡ୍ ନେଇ ନାହିଁ, ତେଣୁ ସେନା ଏହା ଏକ ଭୁଲ ତଥ୍ୟ ବୋଲି କହିଛି। ସାଧାରଣ ନାଗରିକଙ୍କୁ ହତ୍ୟା ଏବଂ ଆଘାତ ଦେବା ପାଇଁ ସୁରକ୍ଷା ବାହିନୀର ଉଦ୍ଦେଶ୍ୟ ଥିଲା ବୋଲି ଏଫଆଇଆରରେ ନାଗାଲାଣ୍ଡ ପୁଲିସ କହିଛି।
ମିଆଁମାର ସୀମାବର୍ତ୍ତୀ ନାଗାଲାଣ୍ଡର ମୋନ୍ ଜିଲ୍ଲା AFSPA ACT ଅଧୀନରେ ଅଛି, ତେଣୁ ଯେତେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଅନୁମତି ନ ଦିଅନ୍ତି ସେତେ ଯାଏଁ ସେନାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। କାରଣ ଏହା ଏକ ବିରଳ ମାମଲା ଯେଉଁଥିରେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇବା ପାଇଁ ସେନାର ସ୍ପେଶାଲ ଫୋର୍ସ ବିରୋଧରେ ପୁଲିସ ନିଜଆଡୁ ହତ୍ୟା ମାମଲା ରୁଜୁ କରିଛି।
ସେପଟେ ମୋନା ଜିଲ୍ଲାରେ ଏହି ଗୁଳିକାଣ୍ଡ ପରେ ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ନିୟନ୍ତ୍ରଣରେ ରହିଛି। ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଆଜି ମୋନ୍ ଜିଲ୍ଲା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବେ।
ଶନିବାର ସନ୍ଧ୍ୟାରେ ପାରା ଫୋର୍ସ ଦ୍ୱାରା କରାଯାଇଥିବା ଅପରେସନରେ ଭୁଲ ପରିଚୟ ହେତୁ ୧୩ ଜଣ ଗ୍ରାମବାସୀଙ୍କୁ ଗୁଳି ବାଜିବା ଯୋଗୁଁ ମୃତ୍ୟୁ ହୋଇଥିଲା। ଏହା ପରେ ଗ୍ରାମବାସୀ ଆସାମ ରାଇଫଲ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏହି ସଂଘର୍ଷରେ ସେନାର ଜଣେ ଯବାନ ଆହତ ହୋଇଥିଲେ, ଯାହାର ରବିବାର ମୃତ୍ୟୁ ଘଟିଛି। ପରେ ଅନ୍ୟ ଜଣେ ଆହତ ଗ୍ରାମବାସୀଙ୍କ ମୃତ୍ୟୁ ହେତୁ ଏହି ଘଟଣାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।
The post ନାଗାଲାଣ୍ଡ ଗୁଳିକାଣ୍ଡ: ପାରା ସ୍ପେଶାଲ ଫୋର୍ସ ବିରୋଧରେ FIR ରୁଜୁ କଲା ପୁଲିସ appeared first on Odisha Reporter.
from Odisha Reporter https://ift.tt/31C59YJ
No comments:
Post a Comment