ଆଶେସ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମ ପେନଙ୍କ ସ୍ଥାନ ନେଲେ ଏହି ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 1, 2021

ଆଶେସ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମ ପେନଙ୍କ ସ୍ଥାନ ନେଲେ ଏହି ଖେଳାଳି

ମେଲବର୍ଣ୍ଣ: ଡିସେମ୍ବର ୮ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଆଶେସ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ପାଇଁ ସ୍କ୍ୱାଡ ଘୋଷଣା କରିଛି ଆୟୋଜକ ଅଷ୍ଟ୍ରେଲିଆ। ବିବାଦ ଭିତରେ ଫସି ଦଳର ଅଧିନାୟକ ଓ କ୍ରିକେଟରୁ କିଛି ଦିନ ପାଇଁ ବୀରତି ନେଇଥିବା ଟିମ୍‌ ପେନ୍‌ଙ୍କ ବଦଳରେ ଦଳର ୱିକେଟ କିପିଂ ଦାୟିତ୍ୱ ଜଣେ ଡେବ୍ୟୁଟାଣ୍ଟଙ୍କୁ ଦେବାକୁ ନିଷ୍ପତ୍ତି ହୋଇଛି।

ଆଲେକ୍ସ କେରୀଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ପ୍ରଥମଥର ପାଇଁ ଟେଷ୍ଟ ସ୍କ୍ୱାଡରେ ସାମିଲ କରିଛି। ଏହାର ଅର୍ଥ ସେ ହିଁ ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ରେ ୱିକେଟ କିପିଂ କରିବେ। ପ୍ୟାଟ କମିନ୍ସ ଦଳର କମାଣ ସମ୍ଭାଳିବାକୁ ଥିବା ବେଳେ ଷ୍ଟିଭ ସ୍ମିଥ ତାଙ୍କ ଡେପୁଟି ଭାବେ କାମ କରିବେ।

୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଆଲେକ୍ସ କେରୀ ଏଯାଏ ଟେଷ୍ଟ ମ୍ୟାଚ୍‌ ଖେଳି ନାହାନ୍ତି। କିନ୍ତୁ ସେ ଗାବା ଟେଷ୍ଟରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଅଷ୍ଟ୍ରେଲିଆ ପାଇଁ ୪୫ଟି ଦିନିକିଆ ଓ ୩୮ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସ୍କ୍ୱାଡ କଥା ବିଚାରକୁ ନେଲେ ମାର୍କସ ହ୍ୟାରିସଙ୍କ ସହ ଡାଭିଡ ୱାର୍ଣ୍ଣରଙ୍କୁ ଓପନିଂ ସ୍ଲଟ ପାଇଁ ଚୟନ କରାଯାଇଛି।

ଜୋଶ ହେଜେଲଉଡ, ମିଚେଲ ଷ୍ଟାର୍କଙ୍କ ସହ ଅଧିନାୟକ ପ୍ୟାଟ କମିନ୍ସ ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳିବେ। ନାଥନ ଲାୟନ ଦଳର ଲିଡିଂ ସ୍ପିନର ଭାବେ ସ୍ଥାନ ପାଇଥିବା ବେଳେ ୧୫ ଜଣିଆ ସ୍କ୍ୱାଡରେ ମିଚେଲ ସ୍ୱେପସନ ରହିଛନ୍ତି।

ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲୀ କହିଛନ୍ତି, “ଆଲେକ୍ସ କେରୀ ସୀମିତ ଓଭର କ୍ରିକେଟରେ ଅଷ୍ଟ୍ରେଲିଆ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ସେ ଜଣେ ଭଲ କ୍ରିକେଟର ଓ ଭଲ ବ୍ୟକ୍ତି। ତାଙ୍କ ଉପସ୍ଥିତି ଟିମକୁ ଅଧିକ ଶକ୍ତିଶାଳୀ କରିବ। ସେ ଅଷ୍ଟ୍ରେଲିଆର ୩୬୧ ନମ୍ବର କ୍ୟାପ ପିନ୍ଧିବାକୁ ଯୋଗ୍ୟ।”

ଟେଷ୍ଟ ସ୍କ୍ୱାଡରେ ସୁଯୋଗ ମିଳିଥିବାରୁ କେରୀ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି। ସେ ତାଙ୍କର ଶତ ପ୍ରତିଶତ ଦେଇ ଟେଷ୍ଟରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ ଓ ଦେଶକୁ ଗର୍ବିତ କରିବେ ବୋଲି କହିଛନ୍ତି।

ଅଷ୍ଟ୍ରେଲିଆ ସ୍କ୍ୱାଡ: ପ୍ୟାଟ କମିନ୍ସ(ଅଧିନାୟକ), ଆଲେକ୍ସ କେରୀ, କ୍ୟାମେରନ ଗ୍ରୀନ, ମାର୍କସ ହ୍ୟାରିସ, ଜୋଶ ହେଜେଲଉଡ, ଟ୍ରାଭିସ ହେଡ, ଉସମାନ ଖ୍ୱାଜା, ମାର୍ନସ ଲାବୁଶେନ, ନାଥନ ଲାୟନ, ମିଚେଲ ନେସେର, ଝାଇ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମିଚେଲ ସ୍ୱେପସନ ଓ ଡାଭିଡ ୱାର୍ଣ୍ଣର।

The post ଆଶେସ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମ ପେନଙ୍କ ସ୍ଥାନ ନେଲେ ଏହି ଖେଳାଳି appeared first on Odisha Reporter.



from Odisha Reporter https://ift.tt/3rsHdSd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages