ହାଇସ୍କୁଲରେ ଖାଲି ପଡ଼ିଛି ୫, ୭୧୧ ଶିକ୍ଷକ ପଦବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 1, 2021

ହାଇସ୍କୁଲରେ ଖାଲି ପଡ଼ିଛି ୫, ୭୧୧ ଶିକ୍ଷକ ପଦବୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୋଟ ୧, ୮୮୦ ସରକାରୀ ହାଇସ୍କୁଲର ୫, ୭୧୧ ଶିକ୍ଷକ ପଦବୀ ଖାଲି ପଡିଛି ।  ସେହିପରି ଗୁଣାତ୍ମକ ଶିକ୍ଷାଦାନ ଲକ୍ଷ୍ୟରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧,୦ ୭୫ ସଂଖ୍ୟକ ସ୍କୁଲକୁ ରୂପାନ୍ତରଣ କରାଯାଇଛି । ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  ।

ରାଜ୍ୟ ସରକାର ଏବେ ଗୁଣାତ୍ମକ ଶିକ୍ଷାଦାନକୁ ଗୁରୁତ୍ୱ ଦେଉଛନ୍ତି। ତେଣୁ ପର୍ଯ୍ୟାୟ କ୍ରମେ ରାଜ୍ୟର ସବୁ ସ୍କୁଲକୁ ଉନ୍ନତ ଶ୍ରେଣୀର କରାଯାଇ ଛାତ୍ରଛାତ୍ରୀଙ୍କ ପାଇଁ ସବୁ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ୧,୦ ୭୫ ସ୍କୁଲକୁ ରୂପାନ୍ତରଣ ପରେ ଦ୍ୱିତୀୟ ପର୍ଯ୍ୟାୟରେ ୩, ୩୬୫ ସଂଖ୍ୟକ ସ୍କୁଲକୁ  ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଟ ସମସ୍ତ ଉଚ୍ଚ ବିଦ୍ୟାଳୟଗୁଡିକ ରୂପାନ୍ତରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତି ସ୍କୁଲ ପିଛା ୪୫ରୁ ୬୦ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି ।  ରୂପାନ୍ତରଣ କାର୍ଯ୍ୟକ୍ରମରେ ଆବଶ୍ୟକତା ଅନୁସାରେ ଶ୍ରେଣୀଗୃହ, ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନଗାର, ଇ-ଲାଇବ୍ରେରୀ, ଶୌଚାଳୟ, ଖେଳ ପଡିଆ ଆଦି କାର୍ଯ୍ୟ କରିବା ନିମନ୍ତେ ବ୍ୟୟ ବରାଦ ରହିଛି ।

The post ହାଇସ୍କୁଲରେ ଖାଲି ପଡ଼ିଛି ୫, ୭୧୧ ଶିକ୍ଷକ ପଦବୀ appeared first on Odisha Reporter.



from Odisha Reporter https://ift.tt/3xKRx9g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages