‘ତୁମେ ବିଜେପିକୁ ଭୋଟ୍‌ ଦିଅ, ମୁଁ ତୁମକୁ ୭୦ ଟଙ୍କାରେ ମଦ ଦେବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 29, 2021

‘ତୁମେ ବିଜେପିକୁ ଭୋଟ୍‌ ଦିଅ, ମୁଁ ତୁମକୁ ୭୦ ଟଙ୍କାରେ ମଦ ଦେବି’

ହାଇଦ୍ରାବାଦ: ଚାରିଆଡେ ଏବେ ନିର୍ବାଚନୀ ପ୍ରଚାର ଜୋର ଧରିଛି। ସବୁ ଦଳର ନେତା ଲାଗିପଡିଛନ୍ତି ଭୋଟ ହାତେଇବା ପାଇଁ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଫଣ୍ଡା ଆପଣାଉଛନ୍ତି। ସାହି ସାହି ବୁଲି ଭୋଟ ଦେବା ପାଇଁ ଅପିଲ କରୁଛନ୍ତି। ଏଥିସହ ଭୋଟରଙ୍କୁ ଦେଉଛନ୍ତି ଅଜବଗଜବ ପ୍ରତିଶ୍ରୁତି। ନିକଟରେ ଜଣେ ବିଜେପି ନେତା ଭୋଟ ହାତେଇବା ପାଇଁ କିଛି ଏଭଳି ହିଁ ଅଜବ ପ୍ରତିଶ୍ରୁତି ଦେଇଥିବା ଘଟଣା ସାମ୍ନାକୁ ଆସିଛି।

‘ତୁମେ ବିଜେପିକୁ ଭୋଟ ଦିଅ, ମୁଁ ତୁମକୁ ୭୦ ଟଙ୍କାରେ ମଦ ଯୋଗାଇ ଦେବି।’ ଏଭଳି କିଛି କହିଛନ୍ତି ଆନ୍ଧ୍ରପ୍ରଦେଶର ବିଜେପି ଅଧ୍ୟକ୍ଷ ସୋମୁ ବୀରରାଜୁ। ମଙ୍ଗଳବାର ଦିନ ବିଜୟୱାଡା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ‘ଭାରତୀୟ ଜନତା ପାର୍ଟିକୁ ଏକ କୋଟି ଭୋଟ ଦିଅନ୍ତୁ। ଆମେ ତୁମକୁ ମାତ୍ର ୭୦ ଟଙ୍କାରେ ଟଙ୍କାରେ ମଦ ଯୋଗାଇଦେବୁ। ଯଦି ଆମର ଅଧିକ ରାଜସ୍ୱ ବଢ଼ିବ, ତେବେ ଆମେ ଏହି ଦମ୍‌କୁ ଆହୁରି କମ୍‌ କରିଦେବୁ। ଆପଣଙ୍କୁ ମାତ୍ର ୫୦ ଟଙ୍କାରେ ବି ମଦ ଯୋଗାଇ ପାରିବୁ।’

ଆନ୍ଧ୍ରପ୍ରଦେଶ ବିଜେପି ଅଧ୍ୟକ୍ଷ ବୀରରାଜୁ ଭୋଟରଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ବିଜୟୱାଡା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ‘ଯଦି ଆପଣ ବିଜେପିକୁ ଭୋଟ୍ ଦେଇ ଜିତାନ୍ତି ତେବେ ରାଜ୍ୟରେ ମଦ ବେଶ୍‌ ଶସ୍ତା ହେବ।’

କେବଳ ସେତିକି ନୁହେଁ ଶାସକ ଦଳର ନେତାଙ୍କ ସହ ମିଶି ରାଜ୍ୟରେ ନିମ୍ନମାନର ମଦକୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଏକ କୋଟି ଲୋକ ଅଧିକ ମୂଲ୍ୟ ଦେଇ ନିମ୍ନମାନର ମଦ ପିଉଛନ୍ତି ଏବଂ ତେଣୁ ଭଲ ମଦ ପିଇବାକୁ ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ୍ ଦେବାକୁ କହିଛନ୍ତି ସେ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି।

ବିହାରରେ ମଦ ନିଷେଧାଦେଶ ଉପରେ ବିଜେପି ମିଳିତ ମଞ୍ଚର ଆଲୋଚନା ଚାଲିଥିବାବେଳେ ଆନ୍ଧ୍ରପ୍ରଦେଶର ବିଜେପି ନେତା ମଦ ସମ୍ପର୍କରେ ଏପରି ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏଭଳି ବୟାନ ପରେ ବିଜେପିର ସମସ୍ୟା ବଢ଼ିପାରେ ବୋଲି ଆଲୋଚନା ହେଉଛି।

The post ‘ତୁମେ ବିଜେପିକୁ ଭୋଟ୍‌ ଦିଅ, ମୁଁ ତୁମକୁ ୭୦ ଟଙ୍କାରେ ମଦ ଦେବି’ appeared first on Odisha Reporter.



from Odisha Reporter https://ift.tt/3Fyg3h4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages