ବାଇକ୍‌ କିଣିବାକୁ ଯାଇଥିଲେ ଅଜାନାତି, ଟଙ୍କା ନେଇଗଲା ଲୁଟେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 29, 2021

ବାଇକ୍‌ କିଣିବାକୁ ଯାଇଥିଲେ ଅଜାନାତି, ଟଙ୍କା ନେଇଗଲା ଲୁଟେରା

ଜଳେଶ୍ୱର(ଅଜିତ ଦାସ): ବାଇକ୍‌ କିଣିବାକୁ ଦେଢ ଲକ୍ଷ ଟଙ୍କା ଧରି ଘରୁ ଆସିଥିଲେ ଅଜାନାତି । ଟଙ୍କାକୁ ଗାଡ଼ି ଡିକିରେ ରଖି ବାଇକ୍‌ ଶୋ’ ରୁମ୍‌ ଯାଇଥିବା ବେଳେ ଆଖି ପିଛୁଳାକେ ଲୁଟ୍‌ ହୋଇଗଲା ଟଙ୍କା। ମାତ୍ର ୨, ୩ ମିନିଟ୍‌ରେ ଦିନ ଦିପ୍ରହରରେ ବାଇକ୍‌ ଡିକି ଭାଙ୍ଗି ଦେଢ ଲକ୍ଷ ଲୁଟି ନେଲା ଲୁଟେରା। ଟଙ୍କା ଚୋରି ହେବା ପରେ ବାଇକ୍‌ କିଣିବା ଆଶାରେ ଯାଇଥିବା ଅଜାନାତି ଅଭିଯୋଗ ଜଣାଇବାକୁ ଥାନାରେ ପହଞ୍ଚିଲେ । ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲେ ବି ଲୁଟେରା ସମ୍ପର୍କରେ କିଛି ବି ଟେର ପାଇପାରିନି। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ  ଘଟିଛି।

ସୂଚନା ଅନୁଯାୟୀ,  ବାଲିବିଲ ଗ୍ରାମର ପ୍ରାଣକୃଷ୍ଣ ପରିଡା ଓ ଜଗବନ୍ଧୁ ଜେନା  ସମ୍ପର୍କରେ  ଅଜାନାତି । ଗତକାଲି ପାରୁଳିଆଛକରେ ଥିବା ହୋଣ୍ଡା ଶୋ’ରୁମକୁ ଉଭୟ ନୂଆ ବାଇକ୍‌ କିଣିବାକୁ ଯାଇଥିଲେ। ଶୋ’ରୁମ  ବାହାରେ ଗାଡି  ରଖି ଭିତରକୁ ଯାଇଥିଲେ। ସେଠାରେ ସେମାନେ ବାଇକ୍‌ ଦେଖୁଥିବା ବେଳେ ଦୁର୍ବୃତ୍ତ ଗାଡ଼ଇ ଡିକି ଭାଙ୍ଗି ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିଲା।  ଡିକି ଖୋଲାଥିବା ଦେଖି ଉଭୟ ବାହାରକୁ ଆସି ଦେଖିବା ବେଳକୁ ଡିକି ତଡ଼ା ହୋଇ ଟଙ୍କା ଲୁଟ୍‌ ହୋଇଥିବା ଦେଖିବାକୁ ପାଇଲେ।

ଉଭୟ ଅଜାନାତି ଏ ସମ୍ପର୍କରେ ଗତ ରାତିରେ ବାଲିଆପାଳ  ଥାନାରେ ଲିଖିତ  ଅଭିଯୋଗ  କରିଥିବା ବେଳେ ପୁଲିସ୍‌  ତଦନ୍ତ ଆରମ୍ଭ କରିଛି। ଗତକାଲି ପୁଲିସ୍‌ କୌଣସି ସୁରାକ ପାଇପାରି ନ ଥିବା ବେଳେ ଆଜି ପୁଣି ଥରେ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିବ ବୋଲି ଜଣାଯାଇଛି ।

 

The post ବାଇକ୍‌ କିଣିବାକୁ ଯାଇଥିଲେ ଅଜାନାତି, ଟଙ୍କା ନେଇଗଲା ଲୁଟେରା appeared first on Odisha Reporter.



from Odisha Reporter https://ift.tt/3qSyV4v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages