ଓମିକ୍ରନ ଭୟ: ଅଯଥା ଯାତ୍ରା ଓ ଭିଡ଼ ନ କରିବାକୁ କହିଲା କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 17, 2021

ଓମିକ୍ରନ ଭୟ: ଅଯଥା ଯାତ୍ରା ଓ ଭିଡ଼ ନ କରିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ବିଶ୍ୱର ତଥା ଭାରତର ବିଭିନ୍ନ ପ୍ରାନ୍ତରେ ଏବେ ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ବ୍ରିଟେନ ସ୍ଥିତି ସାଂଘାତିକ ହୋଇଥିବା ବେଳେ ଏଠାରେ ଦୈନିକ ସଂକ୍ରମଣ ୯୩ ହଜାର ପାର କରିଛି। ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୧୧୩ରେ ପହଞ୍ଚି ଯାଇଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ଏଥିପାଇଁ କେନ୍ଦ୍ର ସରକାର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଜରୁରୀ ନଥିଲେ ଯାତ୍ରା କରିବାକୁ ସରକାର ବାରଣ କରିଛନ୍ତି। ଏଥିସହ ଭିଡ଼ ଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ବ୍ରିଟେନ ଓ ଫ୍ରାନ୍ସରେ କରୋନା ସଂକ୍ରମଣ ଏବେ ଦ୍ରୁତଗତିରେ ବଢ଼ୁଛି। ଯଦି ଭାରତରେ ସେମିତି ସ୍ଥିତି ସୃଷ୍ଟି ହେବ, ତା’ହେଲେ ଦେଶରେ ଦୈନିକ ସଂକ୍ରମଣ ୧୪ରୁ ୧୫ ଲକ୍ଷରେ ପହଞ୍ଚି ଯିବାର ଆଶଙ୍କା ରହିଛି।

ଏହାକୁ ଦୃଷ୍ଟିରେ ରଖି ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି, “ବର୍ତ୍ତମାନ ଓମିକ୍ରନ ଭାରିଏଣ୍ଟ ୟୁରୋପ ସମେତ ଏକାଧିକ ରାଷ୍ଟ୍ରରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ତେଣୁ ଭାରତରେ ସେମିତି ସୃଷ୍ଟି ହେବା ପୂର୍ବରୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଲୋକମାନେ ଅଯଥାରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାତ୍ରା କରିବା ଉଚିତ ନୁହେଁ। ସେହିପରି ଭିଡ଼ ସ୍ଥାନରୁ ନିଜର ଦୂରେଇ ରଖିବା ଦରକାର। ଆଗକୁ ନୂଆବର୍ଷ ଆସୁଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ଏଥିପ୍ରତି ସମସ୍ତେ ସତର୍କ ରହିବା ଦରକାର।”

ଦେଶର ୧୧ଟି ରାଜ୍ୟରୁ ଏଯାଏ ୧୧୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଦେଶ ଯାତ୍ରା କରି ନଥିବା ଲୋକମାନେ ମଧ୍ୟ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି। ତେବେ ପ୍ରଶାସନ କହିଛି ବିଦେଶ ଯାତ୍ରା ନ କରିବ ଓମିକ୍ରନରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା ବହୁତ କମ।

ଏଥିପାଇଁ ବ୍ୟସ୍ତ ହେବା ଅନୁଚିତ। ସବୁ କେସ୍‌ରେ କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରାଯାଉଛି। ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କ ଜେନୋମ ସିକ୍ୱେନ୍ସିଂ ମଧ୍ୟ କରାଯାଉଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି। ତଥାପି ସମସ୍ତଙ୍କୁ ସତର୍କ ରହିବା ସହ ଟିକା ନେବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି।

The post ଓମିକ୍ରନ ଭୟ: ଅଯଥା ଯାତ୍ରା ଓ ଭିଡ଼ ନ କରିବାକୁ କହିଲା କେନ୍ଦ୍ର appeared first on Odisha Reporter.



from Odisha Reporter https://ift.tt/3skyvWG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages