ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କ ପାର୍ଟିରେ ନିଲମ୍ବିତ ସାଂସଦ। ଶୀତ ଅଧିବେଶନରୁ ନିଲମ୍ବିତ ହୋଇଥିବା ୧୨ ଜଣ ରାଜ୍ୟସଭା ସଦସ୍ୟ ସୋମବାର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଦ୍ୱାରା ଆୟୋଜିତ ଏକ ବିବାହ ଭୋଜିରେ ଯୋଗ ଦେଇଛନ୍ତି। ଭେଙ୍କିୟା ନାଇଡୁଙ୍କ ନାତୁଣୀଙ୍କ ରିସେପ୍ସନ ପାର୍ଟିରେ ଏହି ଏମପିମାନଙ୍କୁ ଦେଖିବାକୁ ମିଳିଥିଲା। ନାତୁଣୀର ବିବାହ ଉତ୍ସବ ଅବସରେ ଦିଲ୍ଲୀରେ ଭେଙ୍କିୟା ନାଇଡୁ ଏହି ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ନାଇଡୁଙ୍କ ଦିଲ୍ଲୀ ସରକାରୀ ବାସଭବନରେ ଏହି ରିସେପ୍ସନ୍ ପାର୍ଟିର ଆସର ଜମିଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଭାରତର ପ୍ରଧାନ ବିଚାରପତି ଏନଭି ରମନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦଆଇଥିଲେ। ତେବେ କାର୍ଯ୍ୟକ୍ରମରେ ନିଲମ୍ବିତ ବିରୋଧୀ ଦଳର ସାଂସଦଙ୍କ ଉପସ୍ଥିତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
କାରଣ ସମ୍ପୃକ୍ତ ସାଂସଦକୁ ଶୀତକାଳୀନ ଅଧିବେଶନରୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ନିଲମ୍ବନ ଘୋଷଣା କରିଥିଲେ। ସୋମବାର ନିଲମ୍ବିତ ସାଂସଦମାନେ ବିବାହ ଭୋଜିରେ ଆନନ୍ଦ ଉଠାଇବା ନାଇଡୁଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ରାଜ୍ୟସଭାରୁ ନିଲମ୍ବିତ ପରେ ସମ୍ପୃକ୍ତ ସାଂସଦମାନେ ସଂସଦର ଗାନ୍ଧୀ ପ୍ରତିମୂର୍ତ୍ତିରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି ମଧ୍ୟ କରିଥିଲେ। ଏପରିକି ସେମାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ ସଂସଦରେ ବିରୋଧୀ ହଙ୍ଗାମା କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଗତ ସପ୍ତାହେ ହେବ ସଂସଦରେ ସରକାର ଏବଂ ବିରୋଧୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ରବିବାର କେନ୍ଦ୍ର ସରକାର ଏହାର ସମାଧାନ ପାଇଁ ବିରୋଧୀ ଦଳର ନେତାମାନଙ୍କୁ ନିମନ୍ତ୍ରଣ କରିଥିଲେ। ହେଲେ ଏହି ନିମନ୍ତ୍ରଣକୁ ବିରୋଧୀ ଦଳ ପ୍ରତ୍ୟାଖ୍ୟାନ କରିଥିଲେ। ସୂଚନା ଅନୁଯାୟୀ, ବିଶୃଙ୍ଖଳିତ ଆଚରଣ ପାଇଁ ସଂସଦର ଚଳିତ ଶୀତକାଳୀନ ଅଧିବେଶନ ରୁ ୧୨ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଏଥିରେ କଂଗ୍ରେସର ୬ ଜଣ ତଥା ଫୁଲୋ ଦେବୀ ନେତାମ, ଛୟା ବର୍ମା, ରିପୁନ ବୋରା, ରାଜାମଣି ପଟେଲ, ସୟଦ ହୁସେନ, ଅଖିଳେଶ ସିଂ ଥିବା ବେଳେ ସିପିଏମ୍ରୁ ଏଲାରାମ କରିମ୍ ଏବଂ ସିପିଆଇରୁ ବିନୋୟ ଭିସମ ଏବଂ , ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ସହ ଅନ୍ୟ ଦଳର ଅନିଲ ଦେଶାଇ ଏବଂ ଶାନ୍ତା ଛେତ୍ରୀଡୋଲା ସେନ୍ ଅଛନ୍ତି। ନିଲମ୍ବନ ପରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସଂସଦରେ ନିଆଯାଇଥିବା ନିଷ୍ପତ୍ତି ଉପରେ ତୀବ୍ର ସମାଲୋଚନା କରିଥିଲେ।
The post ଉପରାଷ୍ଟ୍ରପତିଙ୍କ ନାତୁଣୀ ରିସେପ୍ସନ ପାର୍ଟିରେ ନିଲମ୍ବିତ ସାଂସଦ appeared first on Odisha Reporter.
from Odisha Reporter https://ift.tt/3ebZwDx
No comments:
Post a Comment