ଉପକୂଳରୁ ଆଭ୍ୟନ୍ତର ସବୁଠି ଅସହ୍ୟ ଶୀତ, ଆହୁରି ଖସିବ ପାରଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 20, 2021

ଉପକୂଳରୁ ଆଭ୍ୟନ୍ତର ସବୁଠି ଅସହ୍ୟ ଶୀତ, ଆହୁରି ଖସିବ ପାରଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ । ଆଗାମୀ ଦୁଇରୁ ତିନି ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଶୀତ ବଢିବାକୁ ଥିବାରୁ ୪ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ।  ଏହି ୪ ଜିଲ୍ଲା ହେଉଛି ସୁନ୍ଦରଗଡ, ଝାରସୁଗୁଡା,ବରଗଡ ଏବଂ କନ୍ଧମାଳ  । ଅର୍ଥାତ ଏହି ସବୁ ଜିଲାର ସ୍ଥାନେ ସ୍ଥାନେ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା କାଲି ପାଇଁ ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି  ।

ଅସହ୍ୟ ଶୀତ ଯୋଗୁ ଫୁଲବାଣୀରେ
ସକାଳୁ ସକାଳୁ କୁହୁଡ଼ି ଆଚ୍ଛାଦିତ କରିଛି।

ପାରଦ ତଳମୁହାଁ ହେବା ପରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ଅନୁଭୂତ ହେବା ସହ ତୁଷାରପାତ ହୋଇଛି  । ଚଳିତ ବର୍ଷ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା  ୩.୫ ଡିଗ୍ରୀ ରହିଛି । ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି।

ଅସହ୍ୟ ଜାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରିବା ସହ ସାଧାରଣ ଜୀବନ ଯାତ୍ରା ବେଶ ପ୍ରଭାବିତ ହୋଇଛି। ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ଆଜି ତୁଷାରପାତ ହୋଇଛି । ଅସହ୍ୟ ଜାଡ଼ ସ୍ଥାନୀୟ ଲୋକଙ୍କୁ ଅଧିକ କଷ୍ଟ ଦେଉଥିବା ବେଳେ ଟୁରିଷ୍ଟ  କିନ୍ତୁ ଏହାର ମଜା ଉଠାଉଛନ୍ତି  ।

ଶିମିଳିପାଳରେ ଘାସ ଉପରେ ବିଚ୍ଛୁରିତ ହୋଇ ପଡ଼ିଛି ତୁଷାରପାତ ।

ସେପଟେ ସୁନ୍ଦରଗଡ଼ରେ କୋଇଡ଼ାରେ ଲଗାତର ଦ୍ୱିତୀୟ ଦିନ ପାଇଁ ତୁଷାରପତା ହୋଇଛି ରାସ୍ତାଘାଟ ।  ଘର ଛପର ଚାରିଆଡ଼େ ତୁଷାର ପଡ଼ିଥିବା ଦେଖିବାକୁ ମିଳିଛି । ଏହାସହ ଦୁଇ ଦିନ ହେଲା ପାରଦ ୪ ଡିଗ୍ରୀ ତଳେ ରହିଛି  । ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ରାତି ୮ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ସେହିପରି ସକାଳୁ ସକାଳୁ ଲୋକେ ଉଠି ନିଆଁ ପୁଉଁଥିବା ମଧ୍ୟ ଦେଖିବାକୁ ମିଳିଛି । ଏମିତିକି ଦିନ ୯ଟା ନ ହେବା ଯାଏ ଲୋକେ ଘରୁ ବାହାରୁ ନାହାନ୍ତି  ।

The post ଉପକୂଳରୁ ଆଭ୍ୟନ୍ତର ସବୁଠି ଅସହ୍ୟ ଶୀତ, ଆହୁରି ଖସିବ ପାରଦ appeared first on Odisha Reporter.



from Odisha Reporter https://ift.tt/3e9ZADR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages