ବ୍ୟବସାୟୀଙ୍କ ଘରେ ଟଙ୍କା ଖଣି: ଗଣିବାକୁ ଲାଗିଗଲା ୩୬ ଘଣ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 24, 2021

ବ୍ୟବସାୟୀଙ୍କ ଘରେ ଟଙ୍କା ଖଣି: ଗଣିବାକୁ ଲାଗିଗଲା ୩୬ ଘଣ୍ଟା

କାନପୁର: ଠାବ ହେଲା ଟଙ୍କା ଖଣି। କୋଟିଏ ନୁହେଁ କି ଦୁଇ କୋଟି ନୁହେଁ। ଆଖି ତରାଟିଲା ଭଳି ବିଡ଼ା ବିଡ଼ା ଟଙ୍କା ବାହାରିଲା। ଏକାଥରକେ ୧୫୦ କୋଟି ଟଙ୍କା ଜବତ ହୋଇଛି। ଯାହାକୁ ଗଣିବା ପାଇଁ ନୟାନ୍ତ ହୋଇଥିଲେ ଯାଞ୍ଚ ଅଧିକାରୀ। କାନପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି ବିପୁଳ ପରିମାଣରେ ଟଙ୍କା ଜବତ ହୋଇଛି। ଯାହକୁ ଗଣିବାକୁ ୫ଟି ମେସିନକୁ ନିୟୋଜିତ କରାଯାଇ ଥିବା ବେଳେ ୩୬ ଘଣ୍ଟା ଲାଗିଥିଲା।  ଆୟକର ବିଭାଗର ଏବଂ ଜିଏସ୍‌ଟି ଇଣ୍ଟେଲିଜେନ୍ସ (ଡିଜିଜିଏ)ର ମିଳିତ ଟିମ୍ ଦ୍ୱାରା ଏହି ରେଡ୍‌ କରାଯାଇଥିଲା। ଗୁରୁବାର ପିୟୁସ୍‌ ଜୈନ ନାମକ ସମ୍ପୃକ୍ତ ବ୍ୟବସାୟୀଙ୍କ ଘରେ ଏହି ରେଡ୍ କରାଯାଇଲା।

ଯାଞ୍ଚ ବେଳେ ତାଙ୍କ ଘରେ ଏକାଧିକ ଆଲମାରୀରୁ ଏହି ଟଙ୍କା ଜବତ କରାଯାଇଛି । ଅହମ୍ମାଦବାଦ ଜିଏସଟି ୟୁନିଟି କାନପୁରର ତ୍ରିମୂର୍ତ୍ତି ସୁବାସ ପ୍ରାଇଭେଟ ଲିମିଟେଡ କାରଖାନା ଓ ଗଣପତି ରୋଡ କ୍ୟାରିଅରର କାର୍ଯ୍ୟାଳୟ ଏବଂ ଗୋଡାଉନରେ ଯାଞ୍ଚ କାରିଥିଲା।  ତ୍ରିମୂର୍ତ୍ତି ସୁବାସ ପ୍ରାଇଭେଟ ଲିମିଟେଡ୍ ଶିଖର ବ୍ରାଣ୍ଡର ପାନ୍ ମସାଲା ଏବଂ ତମାଖୁ ଉତ୍ପାଦନ କରୁଥିଲା ବେଳେ ଗଣପତି ରୋଡ୍ କ୍ୟାରିଅର୍ ଏହାକୁ ପରିବହନରେ ନିୟୋଜିତ ଥିଲା। ଅଧିକାରୀଙ୍କ ଅନୁଯାୟୀ, ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ପରିବହନକାରୀ ସଂସ୍ଥା ଭୂତ ସଂସ୍ଥା ନାମରେ ଏକାଧିକ ନକଲି ଇନଭଏସ୍ କରି ମାଲ ପରିବହନ କରୁଥିଲା।

ଏପରିକି ଇ-ୱେ ବିଲକୁ ଫାଙ୍କିବା ପାଇଁ ପ୍ରତି ଟ୍ରକ୍‌ରେ ୫୦,୦୦୦ ଟଙ୍କାରୁ କମ୍ ପରିମାଣ ମାଲ ପରିବହନ ହେଉଥିବା ଦର୍ଶାଯାଇଥିଲା। କ୍ୟାସ କାରବାର ନଗଦ ହୋଇଥିଲା। ଏହି ରେଡ୍‌ ବେଳେ ଗଣପତି ରୋଡ଼ କ୍ୟାରିଆର ପାଖରୁ ୨୦୦ରୁ ଅଧିକ ଜାଲିଆତି  ଇନ୍‌ଭଏସ୍ ଜବତ କରାଯାଇଛି। ଏସବୁ ବେଆଇନ କାରବାର ପିୟୁସ୍‌ଙ୍କ ପୃଷ୍ଠ ପୋଷକତାରେ ଚାଲିଥିଲା। ଜବତ ଟଙ୍କାରକୁ ୨୧ ଟି ବାକ୍ସରେ ଭର୍ତ୍ତି କରାଯାଇ ନିଆଯାଛି।

The post ବ୍ୟବସାୟୀଙ୍କ ଘରେ ଟଙ୍କା ଖଣି: ଗଣିବାକୁ ଲାଗିଗଲା ୩୬ ଘଣ୍ଟା appeared first on Odisha Reporter.



from Odisha Reporter https://ift.tt/33Y9lmL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages