ବଞ୍ଚିଥିବା ବେଳେ ମା’କୁ ପାଣି ଦେଲାନି ପୁଅ, ମଲାପରେ ମୁଖାଗ୍ନି ଦେବାକୁ ପହଞ୍ଚିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 24, 2021

ବଞ୍ଚିଥିବା ବେଳେ ମା’କୁ ପାଣି ଦେଲାନି ପୁଅ, ମଲାପରେ ମୁଖାଗ୍ନି ଦେବାକୁ ପହଞ୍ଚିଗଲା

ପିପିଲି(ଓଡ଼ିଶା ରିପୋର୍ଟର): ପିଲା ଛୁଆ ନ ଥିବାରୁ ଭାଇର ପୁଅକୁ ପୁଅ ଭାବେ ଗ୍ରହଣ କରିଥିଲେ । ପାଠ ପଢାଇ ରୋଜଗାରକ୍ଷମ କରାଇଲେ ।  ହେଲେ ସେହି ପୁଅ ବିବାହ କରି ଆଉ ବାପାମା’ଙ୍କୁ ପଚାରିଲାନି । ପୁଅ ହାତରୁ ପାଣି ପାଇବ ବୋଲି ଅନାଇ ଅନାଇ ମା’ର ଜୀବନ ଗଲା ପଛେ ପୁଅ ଆସିଲା ନାହିଁ ।

ହେଲେ ମା’ ଆଖି ବୁଜିବା ପରେ ମୁଖାଗ୍ନି ଦେବାକୁ ପହଞ୍ଚିବାରୁ ପୁଅକୁ ସମ୍ପର୍କୀୟ ଓ ଗ୍ରାମବାସୀ ଜୋରଦାର ବିରୋଧ କଲେ। ଏଥିଯୋଗୁ ଶବ ସତ୍କାର ପ୍ରାୟ ୮ ଘଣ୍ଟା ବିଳମ୍ବ ହୋଇଥିବା ଜଣାଯାଇଛି। ପୁରୀ ଜିଲ୍ଲା କଣାସର ଅଂଜିରା ଗାଁରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ ।

ପୁରୀ ଜ଼ିଲ୍ଲା କଣାସ ଅଞ୍ଜିରା ଗ୍ରାମର ବେଣୁଧର ପ୍ରଧାନ ଏବଂ ତାଙ୍କର ଧର୍ମ ପତ୍ନୀ କୁମୁଦୁନିଙ୍କର କୌଣସି ପିଲା ଛୁଆ ନ ଥିଲା। ତେଣୁ ସେ ନିଜ ଭାଇ ପୁଅ ଅର୍ଜୁନଙ୍କୁ  ଧରମ ପୁଅ କରି ପାଠ ପଢ଼ାଇଥିଲେ l  ହେଲେ ରୋଜଗାରକ୍ଷମ ହୋଇ ବିବାହ କରିବା ପରେ ଅର୍ଜୁନ ବାପାମାଙ୍କୁ ଛାଡି ଘରଠାରୁ ୨ଶହ ମିଟର ଦୂରରେ ରହୁଥିଲେ। ମାତ୍ର ବାପାମା’ଙ୍କ ପାଖକୁ ଆସୁ ନ ଥିଲେ କି ସେମାନଙ୍କୁ ପଚାରୁ ନ ଥିଲେ।

ଫଳରେ ପୁଅକୁ ଅନାଇ ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତ୍ତି ଜୀବନ ଯାପନ କରୁଥିଲେ। ଏପରିକି ନିଜ କାମ କରିବାକୁ ବୃଦ୍ଧବୃଦ୍ଧା ସକ୍ଷମ ନ ଥିବା ବେଳେ ସାହି ପଡ଼ୋଶୀ ସେମାନଙ୍କ ସେବା କରୁଥିଲେ। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କୁମୁଦୁନୀ ପୁଅ ଫେରିବା ବାଟକୁ ଅନାଇ ବସିଥିବା ବେଳେ ପୁଅ କିନ୍ତୁ ପାଖ ମାଡ଼ି ନ ଥିଲା।

ତେବେ ମା’ ମୃତ୍ୟୁ ପରେ ମୁହଁରେ ନିଆଁ ଦେବା ପାଇଁ  ପହଞ୍ଚିଥିଲେ ଅର୍ଜୁନ । ଏହାକୁ ସାହି ପଡ଼ିଶା ଖୁବ୍‌ ବିରୋଧ କରିଥିଲେ।   ମା’ ବଞ୍ଚିଥିବା ବେଳେ ଯେହେତୁ ଦେଖାଶୁଣା କରିନଥିଲା ମୁଖାଗ୍ନି ଦେଇପାରିବେନି ବୋଲି ଯୁକ୍ତିତର୍କ କରିବା ସହିତ ଠେଲା ପେଲା କରିଥିଲେ । ଶେଷରେ ଗ୍ରାମ ଲୋକମାନେ ବୁଝାସୁଝା କରିବା ପରେ ପ୍ରାୟ ୮ ଘଣ୍ଟା ପରେ ପୁଅ ଅର୍ଜୁନ ଏବଂ ସାହି ଭାଇର ଜଣେ ଯୁବକ  ଉଭୟ କୁମୁଦୁନୀଙ୍କୁ   ମୁଖାଗ୍ନି ଦେଇଥିଲେ।

The post ବଞ୍ଚିଥିବା ବେଳେ ମା’କୁ ପାଣି ଦେଲାନି ପୁଅ, ମଲାପରେ ମୁଖାଗ୍ନି ଦେବାକୁ ପହଞ୍ଚିଗଲା appeared first on Odisha Reporter.



from Odisha Reporter https://ift.tt/32pXltB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages