ଆଜି ଧନୁ ସଂକ୍ରାନ୍ତି, ପାରମ୍ପରିକ ଛୁଙ୍କ ସହ ରହିଛି ଆଧୁନିକତାର ସ୍ପର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 15, 2021

ଆଜି ଧନୁ ସଂକ୍ରାନ୍ତି, ପାରମ୍ପରିକ ଛୁଙ୍କ ସହ ରହିଛି ଆଧୁନିକତାର ସ୍ପର୍ଶ

କଟକ/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଜି ଧନୁ ସଂକ୍ରାନ୍ତି । ଏହି ଦିନରେ ଓଡ଼ିଆଙ୍କ ଘରେ ପୂଜା ହୁଏ ଧନୁ ମୁଆଁ । କାହିଁ କେଉଁ କାଳରୁ ଧନୁ ମୁଆଁ  ପୂଜା ହେବା ପରମ୍ପରା ରହିଛି । ଏହି ଧାରାରେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ସ୍ୱାଦର ମୁଆଁ ପ୍ରସ୍ତୁତ କରାଯାଉଛି । ସମୟ ବଦଳିବା ସହ ବଦଳିଛି ଲୋକଙ୍କ ପାଟିର ସ୍ୱାଦ । ତେଣୁ ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା  ।  କରୋନା କଟକଣା ଥିବାରୁ ଏଥର ମୁଆଁ ଅନଲାଇନ୍‌ରେ ବି ମିଳୁଛି ।

ଧନୁ ସଂକ୍ରାନ୍ତି ଆସିଲେ ମୁଆଁର ଚାହିଦା ବଢ଼ିଯାଏ  । ଏଥିପାଇଁ କିଛି ଦିନ ହେବ ଚଳଚଞ୍ଚଳ ହୋଇପଡ଼ିଛି କଟକର ବିଭିନ୍ନ ସାହି ଓ ଗଳି କନ୍ଦି । ଖାନନଗର ଅଞ୍ଚଳରେ ଥିବା କିଛି ଗୁଡ଼ିଆ ପରିବାର ଏବେ ମୁଆଁ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଧନୁ ସଂକ୍ରାନ୍ତ ଅବସରରେ ସ୍ୱତନ୍ତ୍ର ଭାବେ ମୁହାଁ ପ୍ରସ୍ତୁତ କରାଯାଇଥାଏ । ଲିଆକୁ ଘିଅରେ ମିଶାଇବା ପରେ ଏହାକୁ ଚିନି ଓ ଗୁଡ଼ରେ ପ୍ରସ୍ତୁତ କରାଯାଏ । ଏହାକୁ ସୁସ୍ୱାଦୁ କରିବା ପାଇଁ ଗୋଲ ମରିଚ, ଜୁଆଣି ଗୁଣ୍ଡ, ନଡ଼ିଆ, ବାଦାମ ମିଶା ଯାଏ । ସ୍ୱାଦ ଅନୁଯାୟୀ,  ମୁଆଁ ୩୦ ଟଙ୍କାରୁ ଆରମ୍ଭ ହୋଇ ୨୫୦ ଟଙ୍କା ଯାଏଁ ବଜାରରେ ବିକ୍ରି ହୋଇଥାଏ ।

କାରିଗରମାନେ ମୁଆଁ ପ୍ରସ୍ତୁତିରେ ବ୍ୟସ୍ତା।

କାହିଁ କେଉଁ ଆବାହନ କାଳରୁ ଧନୁ ମୁଆଁ ଓଡ଼ିଆ ପରମ୍ପରାର ଏକ ଅଂଶ ହୋଇ ରହିଥିବା ବେଳେ ଏବେ ପ୍ରସ୍ତୁତ ହେଉଛି ଭଳି ଭଳିକା ମୁଆଁ । ପାରମ୍ପରିକ ଛୁଙ୍କ ସହ ଆଧୁନିକତାର ସ୍ପର୍ଶ ବି ରହିଛି ।  ଧନୁ ସଂକ୍ରାନ୍ତି ନିମନ୍ତେ ବ୍ରହ୍ମପୁରରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଉଥିବା ମୁଆଁ । ଖାଇବାକୁ ମୁସୁମୁସିଆ ଆଉ ସ୍ୱାଦରେ ବି ଅନନ୍ୟ । ସୁବାଷିତ ଘିଅରେ ପ୍ରସ୍ତୁତ ହେଉଛି, ଆଉ ପ୍ୟାକିଂ ପରେ ମନ ଖୁସିରେ ଗ୍ରାହକ ଏହାକୁ କିଣି ନେଉଛନ୍ତି।  କାଜୁ, ପିସ୍ତା, ବାଦାମ ସହ ଅନେକ ପ୍ଲେଭରରେ ଏସବୁକୁ ତିଆରି କରାଯାଇଛି । କ୍ୟାଲିଟି ଓ ପ୍ରସ୍ତୁତୀକରଣକୁ ନେଇ ଭିନ୍ନ ଭିନ୍ନ ଦର ବି ରହିଛି । କିଲୋ ପିଛା ଶହେ ଟଙ୍କାରୁ ଆରମ୍ଭ କରି ଦୁଇ ହଜାର ଟଙ୍କା ଯାଏଁ ବି ବିକ୍ରି କରାଯାଉଛି । କରୋନା କଟକଣା ଯୋଗୁଁ ଏଥର ବ୍ରହ୍ମପୁର ସହରରେ ବି ଅନଲାଇନ୍‌ରେବିକ୍ରି ହେଉଛି ମୁଆଁ ।

 

The post ଆଜି ଧନୁ ସଂକ୍ରାନ୍ତି, ପାରମ୍ପରିକ ଛୁଙ୍କ ସହ ରହିଛି ଆଧୁନିକତାର ସ୍ପର୍ଶ appeared first on Odisha Reporter.



from Odisha Reporter https://ift.tt/3F2v0HR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages