ଆଜି ବାତ୍ୟାରେ ପରିଣତ ହେବ ଅବପାତ, କାଲିଠୁ ବର୍ଷିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

ଆଜି ବାତ୍ୟାରେ ପରିଣତ ହେବ ଅବପାତ, କାଲିଠୁ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବାତ୍ୟା ‘ଜୱାଦ’ ର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ ।  ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି ।  ସମ୍ଭାବ୍ୟ ବଡ଼ ବିପଦକୁ ଆଶଙ୍କା କରି ଓଡ଼ିଶାର ସମସ୍ତ ବନ୍ଦରଗୁଡିକ ପାଇଁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି  ।

ଆସନ୍ତା  କାଲି ସକାଳ ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ପହଞ୍ଚି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଗତି କରିପାରେ । ଏହାପରେ ବାତ୍ୟା ‘ଜୱାଦ’ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଏହାରି ପ୍ରଭାବରେ ୪ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଦିଆଯାଇଛି ରେଡ୍ ଓ୍ୱାର୍ଣ୍ଣିଂ। ସେହିଭଳି ଆଜି ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ଯାଏଁ ୫ ଜିଲ୍ଲା କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ପ୍ରବଳ ବର୍ଷା ସହ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ୫ ତାରିଖ ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ ।

ସମ୍ଭାବ୍ୟ ବାତ୍ୟା ଏବଂ ତାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏହାର ସମୀକ୍ଷା କରିଛନ୍ତି  ସ୍ୱତନ୍ତ୍ର ରିଲିଫ୍ କମିଶନର । ଭିଡ଼ିଓ  କନଫରେନ୍ସିଂ  ମାଧ୍ୟମରେ ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ୨୨୫ଟି ଓଡ୍ରାଫ୍, ଏନଡିଆରଏଫ  ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସ୍‌ଆରସି ।  ତେବେ ଏହି ବାତ୍ୟା ପ୍ରଭାବରେ ପକ୍କା ଘରର କିଛି ଅସୁବିଧା ହେବନାହିଁ । ତେଣୁ କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଆବଶ୍ୟକ ସ୍ଥଳେ ସମୁଦ୍ର କୂଳିଆ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି କହିଛନ୍ତି ଏସ୍‌ଆରସି ।

ତାସହ କ୍ଷେତରେ ଅମଳକ୍ଷମ ଧାନ କାଟି ଆଣିବାକୁ ଚାଷୀମାନଙ୍କୁ ମଧ୍ୟ ଆଲର୍ଟ କରାଯାଇଛି । ଏସବୁ ଭିତରେ ପ୍ରସ୍ତୁତ ରଖାଯାଇଥିବା ବାତ୍ୟା ଆଶ୍ରୟସ୍ଥଳରେ କିଭଳି କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରାଯିବ, ତା’ ଉପରେ ଫୋକସ ରଖାଯାଇଥିବା କହିଛନ୍ତି ଏସ୍‌ଆରସି ।

ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି । ସେପଟେ ବାତ୍ୟାକୁ ନେଇ ଜନସାଧାରଣ ବ୍ୟତିବ୍ୟସ୍ତ ନ ହେବାକୁ ଅପିଲ୍ କରିଛନ୍ତି ଏସ୍‌ଆରସି ।  ପନିପରିବା କିଣାକିଣି ପାଇଁ ଅଯଥା ଗହଳି ନ କରିବାକୁ କୁହାଯାଇଛି ।  ବଜାରରେ କୌଣସି ସାମଗ୍ରୀର ଅଭାବ ନାହିଁ । ତେଣୁ ଅଯଥା ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି  ।

The post ଆଜି ବାତ୍ୟାରେ ପରିଣତ ହେବ ଅବପାତ, କାଲିଠୁ ବର୍ଷିବ appeared first on Odisha Reporter.



from Odisha Reporter https://ift.tt/3xX5h12

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages