ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଶିକ୍ଷକ ପ୍ରାର୍ଥୀଙ୍କୁ ପୁଲିସର ଆଖିବୁଜା ଲାଠିମାଡ କରିଛି। ୬୯ ହଜାର ସରକାରୀ ଶିକ୍ଷକ ନିଯୁକ୍ତି ମାମଲାରେ ହେରଫେର ଅଭିଯୋଗରେ ଲକ୍ଷ୍ନୌରେ ପ୍ରାର୍ଥୀମାନେ ଗତକାଲି କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଏତିକି ବେଳେ ପୁଲିସ ତାଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏପରିକି ପ୍ରାର୍ଥୀଙ୍କୁ ରାସ୍ତା ଉପରେ ତଳେ ପକାଇ ଲାତ ଗୋଇଠା ମଧ୍ୟ ମାରିଥିଲା। ଏଥିରେ ଅନେକ ପ୍ରାର୍ଥୀ ଆହତ ମଧ୍ୟ ହୋଇଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବା ଏହାକୁ ନେଇ ଜୋର ଧରିଛି ରଜନୀତି। ଏହି ଘଟଣାକୁ ନେଇ ନିଜ ସରକାରକୁ ହିଁ ବାଣ ମାରିଛନ୍ତି ବିଜେପି ନେତା ବରୁଣ ଗାନ୍ଧି।
ବିଜେପି ସାଂସଦ ବରୁଣ ଗାନ୍ଧି ଟ୍ୱିଟ୍ କରି କହିଛନ୍ତ, ‘ଏମାନେ ମଧ୍ୟ ଭାରତ ମାତାଙ୍କ ପିଲା ଛୁଆ, ଏମାନଙ୍କ କଥା ମାନିବା ତ ଦୂରର କଥା, କେହି ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। ଏହା ଉପରେ ସେମାନଙ୍କ ଉପରେ ବର୍ବରତାର ସହ ଲାଠିମାଡ ମଧ୍ୟ କରାଯାଉଛି। ନିଜ ହୃଦୟରେ ହାତ ରଖନ୍ତୁ ଏବଂ ଭାବନ୍ତୁ ଯଦି ଏମାନେ ଆପଣଙ୍କର ସନ୍ତାନ ହୋଇଥାନ୍ତେ, ତେବେ ତାଙ୍କ ଉପରେ ସେହିଭଳି ବ୍ୟବହାର କରିଥାନ୍ତେ କି? ଯୋଗ୍ୟ ପଦବୀ ସହିତ ଆପଣଙ୍କ ପାଖରେ ଖାଲି ପଦବୀ ଅଛି, ତେବେ କାହିଁକି ନିଯୁକ୍ତି ଦିଆଯାଉ ନାହିଁ?’
ये बच्चे भी मां भारती के लाल हैं, इनकी बात मानना तो दूर, कोई सुनने को तैयार नहीं है। इस पर भी इनके ऊपर ये बर्बर लाठीचार्ज।
अपने दिल पर हाथ रखकर सोचिए क्या ये आपके बच्चे होते तो इनके साथ यही व्यवहार होता??
आपके पास रिक्तियां भी हैं और योग्य अभ्यर्थी भी, तो भर्तियां क्यों नहीं?? pic.twitter.com/6F67ZDJgzW
— Varun Gandhi (@varungandhi80) December 5, 2021
ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି ସିଧାସଳଖ ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରୋଜଗାର ମାଗୁଥିବା ଲୋକଙ୍କ ଉପରେ ଲାଠିଚାର୍ଜ ହେଉଛି। ଯେତେବେଳେ ବିଜେପି ଭୋଟ ମାଗିବାକୁ ଆସିବ ସେତେବେଳେ ମନେ ରଖିଥିବ।’ ବୋଲି କହିଛନ୍ତି।
रोज़गार माँगने वालों को #UP सरकार ने लाठियाँ दीं-
जब भाजपा वोट माँगने आए तो याद रखना! pic.twitter.com/ZZGg9thd7n— Rahul Gandhi (@RahulGandhi) December 5, 2021
ଅନ୍ୟପଟେ ବିଏସ୍ପି ସୁପ୍ରିମୋ ମାୟାବତୀ ମଧ୍ୟ ଏହି ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହଂ ନିନ୍ଦନୀୟ ବୋଲି କହିଛନ୍ତି। ସରକାର ତୁରନ୍ତ ସେମାନଙ୍କର ଆଇନଗତ ଦାବିକୁ ସହାନୁଭୂତି ସହ ବିଚାର କରିବା ଉଚିତ୍, ଏହା ହି ବିଏସପିର ଦାବି ବୋଲି ସେ କହିଛନ୍ତି।
ସାମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ ମଧ୍ୟ ବିଜେପି ଟାର୍ଗେଟ କରିବା ସହ କଡା ଭାଷାରେ ଭତ୍ସନା କରିଛନ୍ତି। ସେ ଟ୍ୱିଟ୍ କରି ଘଟଣାବେଳର ଭିଡିଓକୁ ପୋଷ୍ଟ କରିବା ସହ ଲେଖିଛନ୍ତି, ‘ବିଜେପି ରାଜ୍ରେ ଭବିଷ୍ୟତର ଶିକ୍ଷକମାନଙ୍କୁ ଲାଠିଚାର୍ଜ କରି ‘ବିଶ୍ୱ ଗୁରୁ’ ହେବାକୁ ରାସ୍ତା ପ୍ରସ୍ତୁତ କରାଯାଉଛି। ଆମେ ୬୯ ହଜାର ଶିକ୍ଷକ ନିଯୁକ୍ତି ଦାବି ସହିତ ଅଛୁ। ଆମେ ବିଜେପି ଚାହୁଁନାହିଁ।’
ସୂଚନା ମୁତାବକ, ରାଜ୍ୟର ପ୍ରାଥମିକ ବିଦ୍ୟାଳୟରେ ୩୭ ହଜାର ଶିକ୍ଷକଙ୍କ ପଦବୀ ପୂରଣ ପାଇଁ ୬୯ ପ୍ରାର୍ଥୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶତାଧିକ ପ୍ରାର୍ଥୀ ଗତ ୫ ମାସ ଧରି NCERT କାର୍ଯ୍ୟାଳୟରେ ଧାରଣା ଦେଉଛନ୍ତି। ଶନିବାର ଦିନ ଲକ୍ଷ୍ନୌରେ ଶିକ୍ଷକ ପ୍ରାର୍ଥୀମାନେ କ୍ୟାଣ୍ଡେଲ ମାର୍ଚ୍ଚ ସହିତ ୧୦୯୦ ଛକରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବାସଭବନ ଆଡକୁ ଯାଇଥିଲେ। ହେଲେ ପୁଲିସ ଲୋହିଆ ପାଥ୍ ନିକଟରେ ସେମାନଙ୍କୁ ଅଟକାଥିଲା। ଏତିକି ବେଳେ ଶିକ୍ଷକ ପ୍ରାର୍ଥୀ ଏବଂ ପୁଲିସ ମୁହାଁମୁହିଁ ହୋଇଥିଲେ। ଏଥିରେ ପୁଲିସ ପ୍ରାର୍ଥୀଙ୍କ ଉପରେ ଲାଠିମାଡ କରିଥିଲା। ଲାଠିଚାର୍ଜରେ ୬ରୁ ଅଧିକ ପ୍ରାର୍ଥୀ ଆହତ ହୋଇଥିଲେ।
The post ଶିକ୍ଷକ ପ୍ରାର୍ଥୀଙ୍କୁ ଲାଠିମାଡ଼, ନିଜ ସରକାରଙ୍କୁ ହିଁ ବାଣ ମାରିଲେ ବରୁଣ appeared first on Odisha Reporter.
from Odisha Reporter https://ift.tt/3Ds0VzQ
No comments:
Post a Comment