NAC ଅଧିକାରୀ ହଟହଟା, ଲୋକେ କହିଲେ-଼ ପବ୍ଲିକ ତାତିଲେ ବହୁତ ଖରାପ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 16, 2021

NAC ଅଧିକାରୀ ହଟହଟା, ଲୋକେ କହିଲେ-଼ ପବ୍ଲିକ ତାତିଲେ ବହୁତ ଖରାପ ହେବ

କରଞ୍ଜିଆ(ଦୀପକ କୁମାର ମହନ୍ତ): ପବ୍ଲିକ ତାତିଲେ ବହୁତ ଖରାପ ହେବ । ଆପଣ ଅଧିକାରୀ ହେଲେ ବୋଲି କ’ଣ ମନଇଚ୍ଛା କିଛି ବି କରିବେ। ଗତକାଲି ମୟୂରଭଞ୍ଜ ଜିଲ୍ଲା କରଂଜିଆ ସହର ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏପରି କହି NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘଉଡ଼ାଇ ଦେଇଥିଲେ ସାଧାରଣ ଲୋକ । ଫଳରେ ଫାଇନ୍‌ କାଟିବାକୁ ଯାଇ ହଟହଟା ହୋଇ ଫେରିଲେ NAC ଅଧିକାରୀ।

ଗତକାଲି ସନ୍ଧ୍ୟା ସମୟରେ କରଂଜିଆ ବଜାରରେ ଏକ ପିକଅପ୍‌ ଭ୍ୟାନ୍‌ରୁ କିଛି ଜିନିଷ ଅନଲୋଡ ହେଉଥିଲା। ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା  NAC କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ ଏବଂ କିଛି କର୍ମଚାରୀ ଗାଡ଼ି ନିକଟରେ ଅଟକିଥିଲେ। ଏହାପରେ ଗାଡ଼ି କାହିଁକି ମଝି ରାସ୍ତାରେ ଅଟକାଇଛ କହି ୫ ହଜାର ଟଙ୍କା ଫାଇନ୍‌ ଦେବାକୁ କହିଥିଲା।

ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀମାନଙ୍କ ସହ ଏନଏସି ଅଧିକାରୀଙ୍କ ଉଚ୍ଚବାଚ ଆରମ୍ଭ ହୋଇଥିଲା।  ଏପରିକି କିଛି ସ୍ଥାନୀୟ  ଲୋକ ଉତକ୍ଷିପ୍ତ ହୋଇ NAC କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଘେରିବା ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଉତ୍ତ୍ୟକ୍ତ ଲୋକେ NAC କାର୍ଯ୍ୟନିର୍ବାହୀ ଅଧିକାରୀ ଆସିଥିବା ଗାଡ଼ି ଡ୍ରାଇଭରଙ୍କ ଲାଇସେନ୍ସ ମାଗିଥିଲେ। ହେଲେ ସମ୍ପୃକ୍ତ ଡ୍ରାଇଭରଙ୍କ ଲାଇସେନ୍ସ ନ ଥିବାରୁ ତାତିଲେ ଲୋକ । ସାଧାରଣ ଲୋକଙ୍କୁ ଲାଇସେନ୍ସ ଦେଖାଇବାକୁ କହୁଥିବା ଅଧିକାରୀଙ୍କ ଡ୍ରାଇଭର ପାଖରେ  ଲାଇସେନ୍ସ ନ ଥିବା ବେଳେ ସେ କିପରି ଜାଣିପାରୁ ନାହାନ୍ତି ବୋଲି ପଚାରିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ଉତ୍ତ୍ୟକ୍ତ ରୂପ ଦେଖଇ ଘଟଣାସ୍ଥଳରୁ ଗାଡ଼ିରେ ପଳାଇଲେ NAC କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏହାର ଭିଡିଓ ଭାଇରାଲ ହେବା ପରେ ଘଟଣା ନଜରକୁ ଆସିଛି।

ଜଣେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏପରି ହଟହଟା ହୋଇ ଫେରୁଥିବା ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି । ତେବେ ଏ ସମ୍ପର୍କରେ NAC କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏହା ଏକ ସାମାନ୍ୟ ଘଟଣା । କିଛି ଯୁବକ ନିଶାସକ୍ତ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି କହିଛନ୍ତି।

 

The post NAC ଅଧିକାରୀ ହଟହଟା, ଲୋକେ କହିଲେ-଼ ପବ୍ଲିକ ତାତିଲେ ବହୁତ ଖରାପ ହେବ appeared first on Odisha Reporter.



from Odisha Reporter https://ift.tt/3dZIE2U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages