ପ୍ରଥମ କ୍ରିକେଟର ଭାବେ ଏମିତି ରେକର୍ଡ କଲେ ମହମ୍ମଦ ରିଜୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 16, 2021

ପ୍ରଥମ କ୍ରିକେଟର ଭାବେ ଏମିତି ରେକର୍ଡ କଲେ ମହମ୍ମଦ ରିଜୱାନ

କରାଚି: ପାକିସ୍ତାନର ୱିକେଟ କିପର ବ୍ୟାଟସମ୍ୟାନ ମହମ୍ମଦ ରିଜୱାନ ଟି-୨୦ରେ ରେକର୍ଡ କରିଛନ୍ତି। ସେ ଟି-୨୦ରେ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨ ହଜାରର ରନ୍‌ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ଗୋଟିଏ ବର୍ଷରେ କୌଣସି ଖେଳାଳି ଏପରି ରେକର୍ଡ କରିପାରି ନଥିଲେ।

ଗୁରୁବାର ୱେଷ୍ଟଇଣ୍ତିଜ ବିପକ୍ଷ ୩ୟ ଟି-୨୦ରେ ରିଜୱାନ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିବା ସହ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପାକିସ୍ତାନକୁ ଇଣ୍ଡିଜ୍‌ ଦେଇଥିବା ୨୦୮ ରନ୍‌ର ଟାର୍ଗେଟକୁ ପିଛା କରିବା ବେଳେ ରିଜୱାନ ୧୧ତମ ଓଭରରେ ଏପରି ସଫଳତା ପାଇଛନ୍ତି।

ପାକିସ୍ତାନ ମାତ୍ର ୩ ୱିକେଟ ହରାଇ ୭ ବଲ୍‌ ପୂର୍ବରୁ ୨୦୮ ରନ୍‌ ଟାର୍ଗେଟ ହାସଲ କରିବା ସହ ୩-୦ରେ ସିରିଜ୍‌ ଜିତିଛି। ଏହି ମ୍ୟାଚ୍‌ରେ ରିଜୱାନ ୪୫ ବଲ୍‌ରେ ୮୭ ରନ୍‌ର ଇନିଂସ ଖେଳିଥିଲେ। ୮୭ ରନ୍‌ କରିବା ସମୟରେ ସେ ୧୦ଟି ଚୌକା ୩ଟି ବିଶାଳ ଛକା ମାରିଛନ୍ତି। ରିଜୱାନଙ୍କ ପାର୍ଟନର ତଥା ଅଧିନାୟକ ବାବର ଆଜମ ମଧ୍ୟ ଗୁରୁବାର ମ୍ୟାଚରେ ୭୯ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହି ଇନିଂସରେ ସେ ୯ଟି ଚୌକା ଓ ୨ଟି ଛକା ମାରିଛନ୍ତି।


ରିଜୱାନ ଚଳିତ ବର୍ଷ ଟି-୨୦ରେ ଗୋଟିଏ ଶତକ ଓ ୧୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ୪୫ଟି ଇନିଂସ୍‌ରେ ସେ ୧୩୦ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରି ୨ ହଜାର ରନ୍‌ ପୂରଣ କରିଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରିଜୱାନ ହାସଲ କରିଥିବା ୨୦୦୦ ଟି-୨୦ ରନ୍‌ ମଧ୍ୟରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚ୍‌ର ଇନିଂସ ରହିଛି।

ପାକିସ୍ତାନ ପାଇଁ ସେ ଚଳିତ ବର୍ଷ ୨୬ଟି ଇନିଂସରେ ୧୨୯୩ ରନ୍‌ କରିଛନ୍ତି। ବାକି ରନ ସେ ଘରୋଇ ଟୁର୍ଣ୍ଣାମେଣ୍ଟରେ ହାସଲ କରିଥିଲେ। ପୂର୍ବରୁ ଟି-୨୦ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟ ଭାବେ କ୍ରିସ ଗେଲ୍‌ଙ୍କ ନାଁ ରହିଥିଲା। ସେ ୧୬୬୫ ରନ କରି ଶୀର୍ଷରେ ରହିଥିଲେ।

The post ପ୍ରଥମ କ୍ରିକେଟର ଭାବେ ଏମିତି ରେକର୍ଡ କଲେ ମହମ୍ମଦ ରିଜୱାନ appeared first on Odisha Reporter.



from Odisha Reporter https://ift.tt/3yBpTvO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages