ଆଜିଠୁ ଖସିବ ପାରଦ, ପୁଣି ଥରାଇବ ଶୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 14, 2022

ଆଜିଠୁ ଖସିବ ପାରଦ, ପୁଣି ଥରାଇବ ଶୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ପୁଣି ବଢ଼ିବ ଶୀତ । ବର୍ଷାର ପରିମାଣ କମିବା ସହ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ । କିଛି ସ୍ଥାନରେ ସ୍ୱାଭାବିକ ଏବଂ କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍ ରହିପାରେ ତାପମାତ୍ରା ।

ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀକୁ ଖସିପାରେ  । ସେହିପରି ବାକି ସହରରେ ମଧ୍ୟ ପାରଦ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଏବଂ ଗଂଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି  । ବାକି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହୋଇପାରେ ବର୍ଷା । ଆସନ୍ତାକାଲିଠୁ ଶୁଖିଲା ପାଗ ଥିବା ବେଳେ କୁହୁଡ଼ି ବଢ଼ିବ । ଆସନ୍ତାକାଲି ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ  । ୧୮ ଏବଂ ୧୯ ତାରିଖରେ ସକାଳେ ଘନ କୁହୁଡ଼ି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

The post ଆଜିଠୁ ଖସିବ ପାରଦ, ପୁଣି ଥରାଇବ ଶୀତ appeared first on Odisha Reporter.



from Odisha Reporter https://ift.tt/3KdEgMf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages