ରାଜ୍ୟରେ ଚିହ୍ନଟ ହେଲେ ୧୦,୨୭୩ ପଜିଟିଭ୍, ଖୋର୍ଦ୍ଧାରୁ କେବଳ ୩,୪୯୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 13, 2022

ରାଜ୍ୟରେ ଚିହ୍ନଟ ହେଲେ ୧୦,୨୭୩ ପଜିଟିଭ୍, ଖୋର୍ଦ୍ଧାରୁ କେବଳ ୩,୪୯୬

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୬୫ ଜଣ ଅଛନ୍ତି।

୧୦,୨୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୬୨ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୩୧୧ ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୪୯୬ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୪୯, କଟକରୁ  ୮୪୪, ଷ୍ଟେଟ୍‌ପୁଲରୁ ୭୯୬, ସମ୍ବଲପୁରରୁ ୫୨୯, ମୟୂରଭଞ୍ଜରୁ ୩୪୦ ଓ ବାଲେଶ୍ୱରରୁ ୪୫୭ ଜଣ  ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୮୫, ବରଗଡ଼  ୧୦୨, ଭଦ୍ରକ ୧୦୨, ବଲାଙ୍ଗିର ୧୯୧, ବୌଦ୍ଧ ୨୪, ଦେବଗଡ଼ ୨୩, ଢେଙ୍କାନାଳ ୬୯, ଗଜପତି ୧୨୬, ଗଞ୍ଜାମ ୫୫, ଜଗତସିଂହପୁର ୧୩୨, ଯାଜପୁର ୧୪୩, ଝାରସୁଗୁଡ଼ା ୨୦୨, କନ୍ଧମାଳ ୨୦୩,  କନ୍ଧମାଳ ୨୬, କେନ୍ଦ୍ରାପଡ଼ା ୭୪, କେନ୍ଦୁଝର ୧୧୪, କୋରାପୁଟ ୧୮୬, ମାଲକାନଗିରି ୩୦, ମୟୂରଭଞ୍ଜ ୩୪୦, ନବରଙ୍ଗପୁର ୧୨୫, ନୟାଗଡ଼ ୧୨୧, ନୂଆପଡ଼ା ୪୫, ପୁରୀ ୨୬୯, ରାୟଗଡ଼ା ୧୮୩ ଓ  ସୋନପୁରରୁ ୧୩୨ ଜଣ କରୋନା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ୧୦,୨୭୩ ଟି କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧, ୧୧୮୭୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦,୫୦ ,୧୭୯ ଜଣ ସୁସ୍ଥ ହୋଇସାରିଲେଣି। ୫୩,୧୭୧ ଜଣ ଚିକିତ୍ସାଧୀନ ଅଛନ୍ତି।

ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଭଦ୍ରକ, କଟକ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତକ ଅଛନ୍ତି।  ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୪୭୬କୁ ବୃଦ୍ଧି ପାଇଛି।

 

 

The post ରାଜ୍ୟରେ ଚିହ୍ନଟ ହେଲେ ୧୦,୨୭୩ ପଜିଟିଭ୍, ଖୋର୍ଦ୍ଧାରୁ କେବଳ ୩,୪୯୬ appeared first on Odisha Reporter.



from Odisha Reporter https://ift.tt/3npCRbS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages