ଆସିଲା ଲତାଙ୍କ ହେଲଥ୍‌ ଅପଡେଟ, ଡାକ୍ତର କହିଲେ- ପ୍ରାର୍ଥନା କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 19, 2022

ଆସିଲା ଲତାଙ୍କ ହେଲଥ୍‌ ଅପଡେଟ, ଡାକ୍ତର କହିଲେ- ପ୍ରାର୍ଥନା କରନ୍ତୁ

ମୁମ୍ବାଇ: ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଏବେ ଆସିଛି ତାଙ୍କ ହେଲଥ୍‌ ଅପଟେଡ ।  ଲତା ଏବେ ବି ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି।  ହେଲେ ତାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ କହିଛନ୍ତି ଡାକ୍ତର।

ଗତ  ୮ ଜାନୁଆରୀରେ ୯୨ ବର୍ଷୀୟା ଲତା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରଠୁ ବୟସାଧୀକ ହେତୁ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏବେ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି।

ବ୍ରିଚକାଣ୍ଡି ହସ୍ପିଟାଲ ଡାକ୍ତର ପ୍ରତୀତ  ସମଦାନୀ କହିଛନ୍ତି, ଲତା ଏବେ ଆଇସିୟୁରେ ଅଛନ୍ତି। ଡାକ୍ତରୀ ଟିମ୍‌ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ସେ କିପରି ଶୀଘ୍ର ସୁସ୍ଥ ହେବେ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି।  ହେଲେ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ଉଚିତ।

ଏଥିସହ ସେ କହିଛନ୍ତି ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଯେପରି ଅଛି ତାଙ୍କୁ ଆଉ କିଛି ଦିନ ହସ୍ପିଟାଲରେ ରହିବାକୁ ପଡ଼ିବ । ଡାକ୍ତରୀ ଟିମ୍‌ ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବଠୁ ଉନ୍ନତି ହୋଇଥିଲେ ବି ତାଙ୍କୁ କାହା ସହ ସାକ୍ଷାତ କରିବାକୁ ଅନୁମତି ମିଳୁନି। ଏଥିସହ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବାହାରେ ଅଧିକ ପ୍ରଚାର ହେଉ ବୋଲି ଚାହୁଁ ନାହାନ୍ତି ଲତା ମଙ୍ଗେସକର ।

ଲତାଙ୍କ ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଦିଦିଙ୍କ ନିକଟରେ କରୋନାର କମ୍‌ ଲକ୍ଷଣ ମିଳିଥିଲା। କିନ୍ତୁ ବୟସାଧୀକ ଯୋଗୁ ତାଙ୍କ ଉପରେ ଅଧିକ ଧ୍ୟାନ ରଖାଯାଇଛି। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post ଆସିଲା ଲତାଙ୍କ ହେଲଥ୍‌ ଅପଡେଟ, ଡାକ୍ତର କହିଲେ- ପ୍ରାର୍ଥନା କରନ୍ତୁ appeared first on Odisha Reporter.



from Odisha Reporter https://ift.tt/3rBYyXg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages