୨୦ ଜାନୁଆରୀ, ଗୁରୁବାର: ଦୁର୍ଘଟଣା ଘଟିପାରେ, ସତର୍କ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 19, 2022

୨୦ ଜାନୁଆରୀ, ଗୁରୁବାର: ଦୁର୍ଘଟଣା ଘଟିପାରେ, ସତର୍କ ରୁହନ୍ତୁ

ମେଷ: କାର୍ଯ୍ୟକ୍ଷେତ୍ରରେ ବିବାଦ ଦେଖା ଦେଇପାରେ। ବ୍ୟବସାୟରେ ଲାଭ ହେବ। ପରିବାରରେ ଶାନ୍ତି ରହିବ।

ବୃଷ: ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇବେ। ବନ୍ଧୁ ବାନ୍ଧବଙ୍କ ସହଯୋଗ ପାଇବେ।

ମିଥୁନ: ସମସ୍ତ କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ଗୁପ୍ତ ଶତ୍ରୁ ହଇରାଣ କରି ପାରନ୍ତି। ଘରକୁ ଅତିଥି ଆସିପାରନ୍ତି।

କର୍କଟ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ନୂତନ କାର୍ଯ୍ୟଭାର ହାତକୁ ନେଇ ସଫଳତା ଅର୍ଜନ କରିବେ। ପରିବାରରେ ଶାନ୍ତି ମିଳିବ। କିନ୍ତୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ।

ସିଂହ: କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ସହଯୋଗ ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ।

କନ୍ୟା: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ପୁରୁଣା ବାଦବିବାଦର ଅବସାନ ଘଟିବ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ।

ତୁଳା: ଶୁଭ ଖବର ପାଇ ମନ ଖୁସି ରହିବ। ପରିବାରରେ ସୁଖଶାନ୍ତିରେ ଦିନଟି ଅତିବାହିତ କରିବେ। କଥା ଉପରେ ନିୟନ୍ତ୍ରଣ  ରଖନ୍ତୁ।

ବିଛା: ଅର୍ଥ ଜନିତ ସମସ୍ୟା ଦେଇ ଗତି କରିବେ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧିହେବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ବଳାଇବେ।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସହଯୋଗୀ ମାନଙ୍କ ସାହାଯ୍ୟ ସହଯୋଗ ପାଇ କର୍ମକ୍ଷେତ୍ରରେ ଆଗକୁ ବଢିବେ। ଦୁର୍ଘଟଣା ଘଟିବାର ଭୟ ରହିଛି, ସେଥିପାଇଁ ସତର୍କ ରୁହନ୍ତୁ।

ମକର: ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟଭାର ହାତକୁ ନେବେ। ନୂତନ ଯାନବାହନ କ୍ରୟ କରିବା ପାଇଁ ଯୋଜନା କରିବେ।  ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି, ସତର୍କ ରୁହନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଗୁପ୍ତ ଶତ୍ରୁ ହଇରାଣ ହରକତ କରିପାରନ୍ତି, ସତର୍କ ରହନ୍ତୁ।

ମୀନ: ବ୍ୟବସାୟରେ କ୍ଷତି ହୋଇପାରେ। ସେଥିପାଇଁ ସତର୍କ ରହି କାର୍ଯ୍ୟ କରନ୍ତୁ। ନିଜ ପସନ୍ଦର ଦ୍ରବ୍ୟ ନଷ୍ଟ ହୋଇପାରେ। ପରିବାରରେ ସୁଖ ଶାନ୍ତି ରହିବ।

 

The post ୨୦ ଜାନୁଆରୀ, ଗୁରୁବାର: ଦୁର୍ଘଟଣା ଘଟିପାରେ, ସତର୍କ ରୁହନ୍ତୁ appeared first on Odisha Reporter.



from Odisha Reporter https://ift.tt/3qFwMdo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages