ଅଣ୍ଡର-୧୯ ବିଶ୍ୱକପ: ବାଂଲାଦେଶ ଠାରୁ ପ୍ରତିଶୋଧ ନେଇ ସେମିରେ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 29, 2022

ଅଣ୍ଡର-୧୯ ବିଶ୍ୱକପ: ବାଂଲାଦେଶ ଠାରୁ ପ୍ରତିଶୋଧ ନେଇ ସେମିରେ ଭାରତ

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ଟିମ୍‌ର ଦବଦବା ଜାରି ରହିଛି। ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶ ଠାରୁ ମଧୁର ପ୍ରତିଶୋଧ ନେଇ ଚଳିତ ବିଶ୍ୱକପରେ ଟିମ୍‌ ଇଣ୍ଡିଆ ସେମି ଫାଇନାଲରେ ପ୍ରବେଶ କରିଛି। ବାଂଲାଦେଶ ଗତ ବିଶ୍ୱକପ ଫାଇନାଲ ମ୍ୟାଚ୍‌ରେ ଭାରତକୁ ହରାଇ ପ୍ରଥମଥର ଚାମ୍ପିୟନ ହୋଇଥିଲା।

ହେଲେ ଏଥର ଭାରତ ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶକୁ କ୍ୱାର୍ଟର ଫାଇନାଲରୁ ଘରକୁ ବିଦା କରି ଦେଇଛି। ଏବେ ସେମିରେ ଭାରତର ମୁକାବିଲା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ହେବ। ଏହି ମ୍ୟାଚ୍‌ ଫେବୃଆରୀ ୨ରେ ଖେଳାଯିବ। ଆଉ ଏକ ସେମିରେ ଇଂଲଣ୍ଡ ଓ ଆଫଗାନିସ୍ତାନ ମୁହାଁମୁହିଁ ହେବେ।

ଶନିବାର ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ ଲୋ ସ୍କୋରିଂ ରହିଥିଲା। ଏହି ମ୍ୟାଚ୍‌ରେ ଭାରତ ୫ ୱିକେଟ ବିଜୟୀ ହୋଇ ସେମିରେ ପ୍ରବେଶ କରିଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୧ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ଟିମ୍‌ ଇଣ୍ଡିଆ ୫ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି। ଜିତିବା ପାଇଁ ୧ ରନ୍‌ ଦରକାର ଥିବା ବେଳେ କୌଶଲ ତାମ୍ବେ ଜବରଦସ୍ତ ଛକା ମାରି ଭାରତକୁ ଜିତାଇ ଦେଇଛନ୍ତି।

ଭାରତର ବୋଲିଂ ବେଳେ ଜବରଦସ୍ତ ପ୍ରଦର୍ଶନ କରିଥିବା ରବି କୁମାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ୭ ଓଭରରେ ମାତ୍ର ୧୪ ରନ୍ ଦେଇ ୩ ୱିକେଟ ଦଖଲ କରିଥିଲେ। ତାଙ୍କ ବ୍ୟତୀତ ଭିକି ଓସ୍ତୱାଲ ୨ଟି, ରାଜ୍ୟବର୍ଦ୍ଧନ ହଙ୍ଗରଗେକର, ଅଙ୍ଗରିଶ ସୂର୍ଯ୍ୟବଂଶୀ ଓ କୌଶଲ ତାମ୍ବେ ମଧ୍ୟ ଗୋଟିଏ ଲେଖାଏ ୱିକେଟ ନେଇ ବାଂଲାଦେଶ ଶିବିରରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଆରମ୍ଭରୁ ଅଡ଼ୁଆରେ ପଡ଼ିଥିଲା। ଦଳର ଦୁଇ ଓପନର ମହଫିଜୁଲ ଇସଲାମ(୨) ଓ ଇଫତକାର ହୁସେନ(୧) ମାତ୍ର ୧୨ ରନ୍‌ ମଧ୍ୟରେ ପ୍ୟାଭିଲିୟନକୁ ଫେରିଥିଲେ। ପ୍ରତୀକ ନୱରେସ ନବିଲ(୭), ଏ ମୋଲା (୧୭), ଅରିଫୁଲ ଇସଲାମ(୯) ଓ ମହମ୍ମଦ ଫୈମ(୦) ବେଶୀ ସମୟ କ୍ରିଜ୍‌ରେ ତିଷ୍ଟି ପାରି ନଥିଲେ।

ଅଧିନାୟକ ରବିକୁଲ ହାସନ ମଧ୍ୟ କେବଳ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ୫୬ ରନ୍‌ରେ ଦଳ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଦଳୀୟ ସ୍କୋର ୧୦୦ ପାର୍‌ ହେବ କି ନାହିଁ ସନ୍ଦେହ ଦେଖାଯାଇଥିଲା। ତେବେ ଏସଏମ ମେହରବ(୩୦) ଓ ଅସିକୁର ଜମାନ(୧୬) ୮ମ ୱିକେଟ ପାଇଁ ୫୦ ରନ୍ ଯୋଡ଼ିଥିଲେ। ଫଳରେ ବାଂଲାଦେଶ ୧୦୦ ପାର କରିବାକୁ ସକ୍ଷମ ହୋଇଥିଲା। ପୂରା ଦଳ ୩୭.୧ ଓଭର୍‌ରେ ୧୧୧ ରନ୍‌ କରିବାରୁ ଭାରତକୁ ୧୧୨ ରନ୍‌ର ଟାର୍ଗେଟ ମିଳିଥିଲା।


ଏହି ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତ ମଧ୍ୟ ସାମାନ୍ୟ ସମସ୍ୟାରେ ପଡ଼ିଥିଲା। ଦଳୀୟ ସ୍କୋର ଖୋଲିବା ଆଗରୁ ଓପନର ହରନୁର ସିଂହ ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ସୂର୍ଯ୍ୟବଂଶୀ ଓ ଶେଖ ରଶିଦ ଦମଦାର ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୭୦ ରନ୍‌ ଯୋଡ଼ି ଭାରତର ବିଜୟକୁ ନିଶ୍ଚିତ କରିଥିଲେ।

ତେବେ ସୂର୍ଯ୍ୟବଂଶୀ(୪୪) ଓ ରଶିଦ(୨୬) ଦୁଇ ଓଭର ମଧ୍ୟରେ ଆଉଟ ହୋଇ ଯିବାରୁ ଭାରତର ଚିନ୍ତା ସାମାନ୍ୟ ବଢ଼ିଥିଲା। ସିଦ୍ଧାର୍ଥ ଯାଦବ(୬) ଓ ରାଜ ବାୱା(୦) ମଧ୍ୟ ନିରାଶ କରିଥିଲେ। ୯୭ ରନ୍‌ରେ ଦଳ ୫ ବ୍ୟାଟର୍ସଙ୍କୁ ହରାଇଥିଲା।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅନ୍ୟପଟେ ଅଧିନାୟକ ୟଶ ଧୁଲ କାଉଣ୍ଟର ଆଟାକ ଜାରି ରଖିଥିଲେ। ତାଙ୍କୁ ଶେଷ ଭାଗରେ କୌଶଲ ତାମ୍ବେ ସହଯୋଗ କରିଥିଲେ। ଶେଷ ଯାଏ ଧୁଲ ୨୦ ଓ ତାମ୍ବେ ୧୧ ରନ୍‌ କରି ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ।

ବାଂଲାଦେଶ ପକ୍ଷରୁ ରିପୁନ ମଣ୍ଡଳ ୪ଟି ୱିକେଟ ନେଇଥିବା ବେଳେ ତାନଜିମ ହାସନ ସାକିବ ଗୋଟିଏ ସଫଳତା ପାଇଛନ୍ତି।

The post ଅଣ୍ଡର-୧୯ ବିଶ୍ୱକପ: ବାଂଲାଦେଶ ଠାରୁ ପ୍ରତିଶୋଧ ନେଇ ସେମିରେ ଭାରତ appeared first on Odisha Reporter.



from Odisha Reporter https://ift.tt/x4qCZMm7o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages