ୱାଶିଂଟନ: ବରଫ ଝଡ଼ ଯୋଗୁ ପୂର୍ବ ଆମେରିକାରେ ସ୍ଥିତି ସଂଗୀନ ହୋଇଛି। ରାସ୍ତାଘାଟ ଠାରୁ ଆରମ୍ଭ କରି ଘରର ଛାତ ଉପରେ ବରଫର ମୋଟା ଆସ୍ତରଣ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପ୍ରଶାସନ ପକ୍ଷରୁ ରାସ୍ତାଘାଟରୁ ବରଫକୁ ହଟାଇବାକୁ ଚେଷ୍ଟା କରାଯାଉଥିଲେ ହେଁ ଏଯାଏ କୌଣସି ଲାଭ ମିଳିନି।
ଏବେ ବି ପୂରା ପୂର୍ବ ଆମେରିକାରେ ବରଫ ଝଡ଼ ଲାଗି ରହିଛି। ଆଗକୁ ବରଫପାତ ଆହୁରି ବଢ଼ିବ ବୋଲି ଜାତୀୟ ପାଣିପାଗ ସେବା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥିତକୁ ଦୃଷ୍ଟିରେ ରଖି ଏକାଧିକ ରାଜ୍ୟ ପକ୍ଷରୁ ଜରୁରିକାଳୀନ ସ୍ଥିତି ଲାଗୁ କରାଯାଇଛି। ଲୋକମାନଙ୍କୁ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି।
ପୂର୍ବ ଆମେରିକାରେ ପ୍ରାୟ ୭ କୋଟି ଲୋକ ବରଫ ଝଡ଼ ଯୋଗୁ ପ୍ରଭାବିତ ହୋଇଛି। ପାଣି ଯୋଗାଣ ବନ୍ଦ ହୋଇ ଯାଇଥିବା ବିଦ୍ୟୁତ ସରବରାହ ଠପ ହୋଇଯାଇଛି। ପରିବହନ ସେବା ମଧ୍ୟ ବରଫ ଝଡ଼ ଯୋଗୁ ଆରମ୍ଭ ହୋଇପାରୁନି। ବରଫ ଝଡ଼ର ସର୍ବାଧିକ ପ୍ରଭାବ ନ୍ୟୁୟର୍କ ଓ ବୋଷ୍ଟନ୍ ଭଳି ସହରରେ ଦେଖିବାକୁ ମିଳିଛି।
ବରଫ ପାତ ହେଉଥିବାରୁ ଜାତୀୟ ପାଣିପାଗ ସେବା ଶନିବାର ‘ବୋମା ସାଇକ୍ଲୋନନ୍’ର ସତର୍କ ସୂଚନା ଜାରି କରିଛି। ବୋମା ସାଇକ୍ଲୋନନ ଅର୍ଥ ପ୍ରବଳ ବେଗରେ ବରଫ ପାତ ହେବ। ସେହିପି ବଡ଼ ବଡ଼ ବରଫ ଖଣ୍ଡ ସହରରେ ପଡ଼ିବ। ପାଣିପାଗ ସେବା ପକ୍ଷରୁ କୁହାଯାଇଛି ଆଜି ଦିନ ତମାମ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼କରେ ଗୋଟେ ଫୁଟରୁ ଅଧିକ ବରଫ ପାତ ହେବ।
ମାସାଚୁସେଟ୍ସର କିଛି ଅଂଶରେ ବରଫ ପାତର ପରିମାଣ ୩ ଫୁଟରୁ ଅଧିକ ରହିବ। ଏଠାରେ ବରଫ ପାତ ଯୋଗୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧,୧୭,୦୦୦ ଘରକୁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଛି। ଆଗକୁ ସ୍ଥିତି ଆହୁରି ବେହାଲ ହେବ ବୋଲି ଆଶଙ୍କା କରାଯାଉଛି।
ପ୍ରଶାସନ ପକ୍ଷରୁ ସ୍ଥିତିକୁ ଦେଖି ନ୍ୟୁୟର୍କ, ନ୍ୟୁ ଜର୍ସି ଓ ବୋଷ୍ଟନରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି। ଫ୍ଲୋରିଡାର ଦକ୍ଷିଣ ପ୍ରାନ୍ତରେ ମଧ୍ୟ ପ୍ରବଳ ଥଣ୍ଡା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ଲୋକଙ୍କୁ ସମୁଦ୍ର କୂଳରୁ ଦୂରେଇ ରହିବା ସହ ଅନାବଶ୍ୟକ ଯାତ୍ରା କରିବାକୁ ବାରଣ କରାଯାଇଛି।
ଲଙ୍ଗ ଆଇସଲ୍ୟାଣ୍ଡରେ ଉଦ୍ଧାରକାରୀ ଦଳ ବରଫ ଚାଦର ତଳୁ ଜଣେ ମହିଳାଙ୍କ ମୃତଦେହ ଠାବ କରିଛନ୍ତି। ଉକ୍ତ ମହିଳା ଜଣଙ୍କ କାର୍ ଭିତରେ ରହିବା ଅବସ୍ଥାରେ ଅତ୍ୟନ୍ତ ବରଫପାତ ଯୋଗୁ ପ୍ରାଣ ହରାଛନ୍ତି।
ମାନହଟାନର ଉତ୍ତରରେ ଦ୍ୱୀପରେ ଦଶ ଇଞ୍ଚ ବରଫ ଚାଦର ଦେଖିବାକୁ ମିଳିଛି। ଏଥିଯୋଗୁ ରେଳ ଲାଇନ ଗୁଡ଼ିକ ଆଂଶିକ ଭାବେ ବନ୍ଦ ରଖାଯାଇଛି। ଏବେ ଟ୍ରାକ୍ରୁ ବରଫ ହଟାଇବା କାମ କରାଯାଉଛି।
The post ବରଫ ଝଡ଼ ଯୋଗୁ ସ୍ଥିତି ବେହାଲ, ଜାରି ହେଲା ଏମର୍ଜେନ୍ସି appeared first on Odisha Reporter.
from Odisha Reporter https://ift.tt/TgyK2j7Is
No comments:
Post a Comment