କରୋନା ପଞ୍ଝାରେ ପଡ଼ିଲେ ମୁମ୍ବାଇର ୨୩୦ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 5, 2022

କରୋନା ପଞ୍ଝାରେ ପଡ଼ିଲେ ମୁମ୍ବାଇର ୨୩୦ ଡାକ୍ତର

ମୁମ୍ବାଇ: ସାଧାରଣ ଲୋକଙ୍କ ଭଳି କରୋନାର ସମ୍ମୁଖଯୋଦ୍ଧାମାନେ ମଧ୍ୟ ଏହି ମାରାତ୍ମକ ଭାଇରସ ପଞ୍ଝାରେ ପଡ଼ିବାରେ ଲାଗିଛନ୍ତି। ମୁମ୍ବାଇରେ ଦୈନିକ ସଂକ୍ରମଣ ବଢ଼ୁଥିବା ବେଳେ ଲୋକଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତରମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ମାତ୍ର ୩ ଦିନ ମଧ୍ୟରେ ମୁମ୍ବାଇର ବିଭିନ୍ନ ସରକାରୀ ହସ୍ପିଟାଲରେ କାମ କରୁଥିବା ୨୩୦ ଜଣ ଡାକ୍ତରଙ୍କ ଟେଷ୍ଟ ରିପୋର୍ଟ ପଜିଟି ଆସିଛି। ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। କେବଳ ମୁମ୍ବାଇ ନୁହେଁ, ପଡ଼ୋଶୀ ଥାଣେରେ ମଧ୍ୟ ୮ ଜଣ ଡାକ୍ତର ଏକାଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ମହାରାଷ୍ଟ୍ର ଆସୋସିଏସନ ଅଫ ରେସିଡେଣ୍ଟ ଡାକ୍ତର(ଏମଏଆରଡି)ର ଜେଜେ ହସ୍ପିଟାଲ ଚାପଟର ସଭାପତି ଗଣେଷ ସୋଲାଙ୍କେ କହିଛନ୍ତି, କେନ୍ଦ୍ରୀୟ ମୁମ୍ବାଇରେ ଥିବା ସରକାରୀ ହସ୍ପିଟାଲ ଗୁଡ଼ିକର ୭୩ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ୩ ଦିନ ମଧ୍ୟରେ ମୁମ୍ବାଇରେ ଥିବା ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ସଂକ୍ରମିତ ଡାକ୍ତରଙ୍କ ସହଖ୍ୟା ୨୩୦ରେ ପହଞ୍ଚିଛି।

ଏହାବାଦ କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲର ୬୦ ଜଣ ରେସିଡେଣ୍ଟ ଡାକ୍ତର, ଲୋକମାନ୍ୟ ତିଲକ ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲର ୮୦ ଜଣ, ଆରଏନ କୁପର ହସ୍ପିଟାଲର ୭ ଜଣ ଡାକ୍ତର ମଧ୍ୟ ଭାଇରସ ପଞ୍ଝାରେ ପଡ଼ିଛନ୍ତି। ପଡ଼ୋଶୀ ଥାଣେରେ ଥିବା ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲର ୮ ଜଣ ଡାକ୍ତରଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୬,୫୩୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫,୧୬୬ ଜଣ ଆକ୍ରାନ୍ତ ମୁମ୍ବାଇରୁ ଚିହ୍ନଟ ହୋଇଛନ୍ତି। ଏହି ଦୈନିକ ସଂକ୍ରମଣ ମୁମ୍ବାଇରେ ସର୍ବକାଳୀନ ରେକର୍ଡ କରିଛି।

The post କରୋନା ପଞ୍ଝାରେ ପଡ଼ିଲେ ମୁମ୍ବାଇର ୨୩୦ ଡାକ୍ତର appeared first on Odisha Reporter.



from Odisha Reporter https://ift.tt/3pUxS4x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages