ନ୍ୟୟୁର୍କ: ଗୁରୁବାର ଭୋର ସମୟରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଆମେରିକାର ଫେଲାଡେଲଫିଆରେ ଥିବା ଗୋଟିଏ ୩ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ୮ ଜଣ ଛୋଟ ପିଲା ରହିଛନ୍ତି। ଏଠାରେ ରହୁଥିବା ଜାକୁତା ପୁଣିଫୋୟଙ୍କ ପରିବାରର ୭ ଜଣ ଅଗ୍ନିକାଣ୍ଡ ଯୋଗୁ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି। ଏବେ ୩୭ ବର୍ଷୀୟ ଜାକୁତା ନିଜ ପ୍ରିୟଜନଙ୍କ ପାଇଁ କେବଳ ଆଖିରୁ ଲୁହ ଗଡ଼ାଇ ଡହଳ ବିକଳ ହେଉଛନ୍ତି।
ସେ କହିଛନ୍ତି, “ ମୋ ଭଭଣୀ, ପୁତୁରା ଓ ଝିଆରୀଙ୍କୁ ମିଶାଇ ୭ ଜଣ ମୋତେ ଛାଡ଼ି ଚାଲି ଯାଇଛନ୍ତି। ସେମାନେ ଆଉ କେବେ ବି ମୋ ପାଖକୁ ଆସିବେନି। ମୁଁ ସ୍ତବ୍ଧ। ମୁଁ ଏବେ କ’ଣ କରିବି ଜାଣିପାରୁନି। ସେମାନେ ମୋ ଜୀବନରେ ସବୁଦିନ ରହିବେ ବୋଲି ମୁଁ ଆଶା ରଖିଥିଲି। ହେଲେ ସେମାନେ ଏମିତି ଚାଲିଯିବେ ବୋଲି କେବେ କଳ୍ପନା କରି ନଥିଲି।”
ଅଗ୍ନିକାଣ୍ଡରେ ମୋଟ ୮ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଜାକୁତା ତାଙ୍କ ଠାରୁ ସାନ ୭ ଜଣ ପରିବାର ସଦସ୍ୟଙ୍କୁ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ରହିଛି। ଭୋର ସମୟରେ ଘଟିଥିବା ଏହି ଅଗ୍ନିକାଣ୍ତରେ ଜାକୁତାର ୩ ଭଉଣୀ ମଧ୍ୟ ପ୍ରାଣ ହରାଇଛନ୍ତି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଅଗ୍ନିକାଣ୍ଡ ଘଟଣାରେ ୮ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ୨ ଜଣଙ୍କ ମଧ୍ୟରେ ଜାକୁତାଙ୍କ ୫ ବର୍ଷର ପୁତୁରା ରହିଛନ୍ତି। ଜାକୁତା ନିଜ ଲୁହକୁ ପୋଛି କହିଛନ୍ତି, “ସମସ୍ତେ ଚାଲିଗଲେ। କେବଳ ଜଣେ ପିଲା ରହିଯାଇଛି। ସେ ଜାଣିପାରୁନି କ’ଣ ସବୁ ଘଟୁଛି। ସେ ତା’ର ମା’, ବାପା ଓ ସମ୍ପର୍କୀୟଙ୍କୁ ଖୋଜୁଛି। ସେ ସମସ୍ତଙ୍କୁ ଚାହୁଁଛି। ସେ ୫ ବର୍ଷ ହେଲା ଯେଉଁମାନଙ୍କ ସହ ରହୁଥିଲା, ଆଜି ସେମାନଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛି। କାରଣ ତା’କୁ ଏବେ ମାତ୍ର ୫ ବର୍ଷ।”
ମେୟର ଜିମ କେନୀ ଅଗ୍ନିକାଣ୍ଡ ଘଟଣାରେ ପୂରା ସ୍ତବ୍ଧ ହୋଇ ଯାଇଛନ୍ତି। ସେ କହିଛନ୍ତି, ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି। ଏବେ ଘଟଣାର ତଦନ୍ତ ଚକରାଯାଉଛି। ଘଟଣା ବେଳେ ଆପାର୍ଟମେଣ୍ଟରେ କେତେ ଜଣ ଲୋକ ଥିଲେ, ସେକଥା ଜଣାପଡ଼ିନି। ଭୋର ସମୟରେ ଏହି ଘଟଣା ଘଟିଥିଲା। ସମସ୍ତେ ଶୋଇଥିବା ବେଳେ ହଠାତ୍ ଆପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା। ଫଳରେ ୮ ଜଣ ପିଲାଙ୍କ ସମେତ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।
The post ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ, ଚାଲିଗଲା ୮ ପିଲାଙ୍କ ସମେତ ୧୩ ଜୀବନ appeared first on Odisha Reporter.
from Odisha Reporter https://ift.tt/3pWK5Wj
No comments:
Post a Comment