ସୁରତ: ଗୁରୁବାର ଭୋର ସମୟରେ ବଡ଼ଧରଣର ଅଘଟଣ ଘଟିଛି। ଗୁଜରାଟର ସୁରତରେ ଗୋଟିଏ ଟ୍ୟାଙ୍କରରୁ କେମିକାଲ ଲିକ୍ ଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ୨୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ କେମିକାଲ ସଂସ୍ପର୍ଶରେ ଆସିଥିବା ୨୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି। ସମସ୍ତେ ସୁରତ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୁରତର ସଚିନ ଜିଆଇଡିସି ଅଞ୍ଚଳରେ କେମିକାଲ ଲିକ୍ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଯାଇଛି। ଲୋକମାନଙ୍କୁ ଘର ମଧ୍ୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। ସ୍ୱତନ୍ତ୍ର ଟିମ୍ ଉପଯୁକ୍ତ କିଟ୍ ସହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏହି ଟିମ୍ କେମିକାଲ ଲିକ୍ ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସୁରତର ସଚିନ ଜିଆଇଡିସି ହେଉଛି ଗୋଟିଏ ଶିଳ୍ପାଞ୍ଚଳ। ଆଜି ଭୋର ସମୟରୁ ଏଠାରେ ଗୋଟିଏ ଟ୍ୟାଙ୍କର୍ରୁ କେମିକାଲ ଲିକ୍ ଆରମ୍ଭ ହୋଇଥିଲା। ଏହି ଟ୍ୟାଙ୍କର ମଧ୍ୟରେ ଜେରୀ କେମିକାଲ ଥିବା କୁହାଯାଉଛି। ତେବେ ପ୍ରଶାସନ ପକ୍ଷରୁ ଏଯାଏ ଏହା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇନି।
ଘଟଣା ପରେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଉଥିବା ବେଳର ଫଟୋ ସାମ୍ନାକୁ ଆସିଛି। ତେବେ କେଉଁ ପରିସ୍ଥିତିରେ ଟ୍ୟାଙ୍କରରୁ କେମିକାଲ ଲିକ୍ ହେଲା, ସେକଥା ଜଣାପଡ଼ିନି।
The post କେମିକାଲ ଲିକ୍ ଯୋଗୁ ୫ ଶ୍ରମିକ ମୃତ, ୨୫ ହସ୍ପିଟାଲରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/3pX7hDS
No comments:
Post a Comment