ଆବଶ୍ୟକ ସାମଗ୍ରୀ: ମଇଦା, ଲୁଣ,କଟା ଅଦା, କଟା ରସୁଣ, କଟା କଞ୍ଚା ଲଙ୍କା, କଟା ପିଆଜ,କଟା ଗାଜର, ବନ୍ଧାକୋବି ,ଗୋଲମରିଚ ଗୁଣ୍ଡ ଓ ତେଲ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ। ସେଥିରେ ପାଣି ଓ ଲୁଣ ପକାଇ ଚକଟି ଦିଅନ୍ତୁ। ଚକଟି ସାରିବା ପରେ ତା’ ଉପରେ ଅଳ୍ପ ରିଫାଇନ ତେଲ ପକାଇ ଢାଙ୍କି ଦିଅନ୍ତୁ। ଏହା କରିବା ଦ୍ୱାରା ମଇଦାଟି ସଫ୍ଟ ହେବ ।
ପରେ ମୋମୋ ପାଇଁ ମସଲା ପ୍ରସ୍ତୁତ କରନ୍ତୁ। କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲେ ସେଥିରେ କଟା ଅଦା, କଟା ରସୁଣ, କଟା କଞ୍ଚା ଲଙ୍କା ଓ କଟା ପିଆଜ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ କଟା ଗାଜର ଓ ବନ୍ଧାକୋବି ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ କିଛି ସମୟ ପାଇଁ ଫ୍ରାଏ କରନ୍ତୁ। ଏହା ଫ୍ରାଏ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ପରେ ଚକଟି ରଖିଥିବା ମଇଦାକୁ ପୁରି ଆକାରରେ ବେଲନ୍ତୁ। ତା’ ଭିତରେ ମସଲାକୁ ପୁରାଇ ମୋମୋ ଆକାରରେ ଗଢ଼ନ୍ତୁ। ପରେ ଇଟଲି ଛାଞ୍ଚରେ ତେଲ ମାରି ଗଢ଼ି ରଖିଥିବା ମୋମୋକୁ ରଖି ଢାଙ୍କି ଦିଅନ୍ତୁ। ୧୫ରୁ ୨୦ ମିନିଟ୍ ପରେ ଇଟଲି ଛାଞ୍ଚକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଇଟଲି ଛାଞ୍ଚର ଢାଙ୍କୁଣିକୁ କାଢ଼ି ମୋମୋ ଗୁଡ଼ିକ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜ୍ ମୋମୋ।
The post ଘରେ ତିଆରି କରନ୍ତୁ ଭେଜ୍ ମୋମୋ appeared first on Odisha Reporter.
from Odisha Reporter https://bit.ly/3G8YFir
No comments:
Post a Comment