ବଦଳିଲା ନିୟମଗିରି ନିୟମ; ଡଙ୍ଗରିଆ ଭାଷାରେ ଜମୁଛି ପ୍ରଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 28, 2022

ବଦଳିଲା ନିୟମଗିରି ନିୟମ; ଡଙ୍ଗରିଆ ଭାଷାରେ ଜମୁଛି ପ୍ରଚାର

ରାୟଗଡ଼ା(ମାଉଡି ବାରିକ):  ୧୫ ବର୍ଷ ପରେ ନିୟମଗିରି ପର୍ବତାଞ୍ଚଳରେ ବଦଳିଲା ନିୟମ । ପୂର୍ବରୁ ନିର୍ବାଚନ ମଇଦାନକୁ କେବଳ ନିୟମଗିରି ସୁରକ୍ଷା ସମିତି ଦ୍ୱାରା ମନୋନୀ ହେଉଥିବା ପ୍ରାର୍ଥୀ ହିଁ ଓହ୍ଲାଉଥିଲେ। ଫଳରେ ସେ ହିଁ ହେଉଥିଲେ ଲୋକଙ୍କ ପ୍ରତିନିଧି । ହେଲେ ଏଥର ବଦଳିଛି ଚିତ୍ର ।  ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମାଳ ମାଳ ପ୍ରାର୍ଥୀ ।  ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଘରକୁ ଘର ବୁଲି ସେମାନେ ବି ଦେଉଛନ୍ତି ମାଳ ମାଳ ପ୍ରତିଶ୍ରୁତି।  ତେଣୁ କିଏ କେତେ ଭୋଟରଙ୍କୁ ଆକୃଷ୍ଟ କରି ପ୍ରତିଶ୍ରୁତିର ପାହାଡ଼ରେ ପୋତି ବିଜୟ ଟିକା ପିନ୍ଧିପାରିବ ତାହା ସମୟ ହିଁ କହିବ ।

ବର୍ତ୍ତମାନ ନିୟମଗିରି ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଶିକ୍ଷିତ ହେଲେଣି । ଚଳିତ ପଞ୍ଚାୟତ ନିର୍ବାଚନରେ ନିଜ ନିଜ ମୋତ ଭୋଟ ମାଧ୍ୟମରେ ସାବ୍ୟସ୍ତ କରି ମନ ମୁତାବକ ପ୍ରାର୍ଥୀ ଚୟନ କରିବୁ ବୋଲି ସ୍ପଷ୍ଟ କରିଛନ୍ତି। ତେଣୁ ରାଜ୍ୟର ଅନ୍ୟ ଅଞ୍ଚଳ ପରି ନିୟମଗିରି ପର୍ବତାଞ୍ଚଳରେ ବି ଜମିଲାଣି  ନିର୍ବାଚନୀ ପ୍ରଚାର ।

ଭୋଟରଙ୍କୁ ଆକୃଷ୍ଟ କରିବାକୁ ଘରକୁ ଘର ବୁଲିଲେଣି  ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ । କିନ୍ତୁ ହାତରେ ନାହିଁ କୌଣସି ଲିଫଲେଟ । କେବଳ ଘରେ ଘରେ ପହଞ୍ଚି  ନିଜ ଡଙ୍ଗରିଆ ଭାଷାରେ କରୁଛନ୍ତି ଭୋଟ ଭିକ୍ଷା । ଅନ୍ୟ ଅଞ୍ଚଳର ପ୍ରାର୍ଥୀଙ୍କ ପରି  ନା ଦେହରେ ଅଛି ଚାକଚକ୍ୟଭରା ପୋଷାକ ନା ବେକରେ ପଡ଼ିଛି ଫୁଲ ମାଳ। ହେଲେ ଜିତିଲେ ସବୁ ସମସ୍ୟାର ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ବି ଦେବାକୁ ଭୁଲୁ ନାହାନ୍ତି।

ଭୋଟ ପ୍ରଚାର କରୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ।

କେବେ କିଛି ହାତଗଣତି ସମର୍ଥକଙ୍କ ସହ ତ କେତେବେଳେ ପ୍ରାର୍ଥୀ ଏକୁଟିଆ ପ୍ରଚାର କରୁଥିବା ଦୃଶ୍ୟମାନ ହେଉଛି  । ନିୟମଗିରି ପର୍ବତାଞ୍ଚଳରେ ମୋବାଇଲ ନେଟୱର୍କ ନ ଥିବା ବେଳେ ସୋଶାଲ ମିଡିଆରେ ହୋଇପାରୁନି ପ୍ରଚାର। ତେଣୁ ଘରକୁ ଘର ବୁଲି ହିଁ ପ୍ରାର୍ଥୀଙ୍କୁ ଦେବାକୁ ପଡ଼ୁଛି ନିର୍ବାଚନୀ ପ୍ରତିଶ୍ରୁତି।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ ଅଞ୍ଚଳ ପାରସାଲି ପଞ୍ଚାୟତର କାଡ୍ରାକା ପୁଲେ । ଆଦିବାସୀ ମହିଳା ସଂରକ୍ଷଣ ସରପଞ୍ଚ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ୪ ରୁ ୫ ଜଣଙ୍କୁ ସାଥିରେ ଧରି ପ୍ରଚାର କରୁଛନ୍ତି । ତାଙ୍କ ସହ ମୁହାଁମୁହିଁ ହୋଇଛନ୍ତି  ଲକ୍ଷ୍ମୀ କାଡ୍ରାକା । ସେହିପରି ଏସସି ସଂରକ୍ଷଣ ଆସନ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରଚାର କରୁଛନ୍ତି ସୁନ୍ଦର ଭତ୍ରା ।

ଏନେଇ ପାରସାଲି ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ  କାଡ୍ରାକା ପୁଲେ କହିଛନ୍ତି, ଭୋଟ ଦିଅ ବୋଲି କହି ଘର ଘର ବୁଲୁଛି। ଜିତିଲେ ସମସ୍ତଙ୍କ ପାଇଁ କାମ କରିବି।  ଲୋକଙ୍କ ଭଲ ପାଇବା ଅଛି । ଜିତିବି ବୋଲି ଭାବୁଛି।  ସେହିପରି ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ଲକ୍ଷ୍ମୀ କାଡ୍ରାକା ବି ଜିତିବା ଆଶାରେ ମଇଦାନକୁ ଓହ୍ଲାଇଛନ୍ତି।  ହେଲେ ମୋବାଇଲ ନେଟୱର୍କ ନାହିଁ। ତେଣୁ ସୋଶାଲ ମିଡିଆରେ ପ୍ରଚାର କରି ହେଉ ନ ଥିବା ଏକ ବଡ଼ ସମସ୍ୟା ବୋଲି ସେ କହିଛନ୍ତି। ତେଣୁ ଘରକୁ ଘର, ଗାଁକୁ ଗାଁ ବୁଲି ପ୍ରଚାର କରୁଥିବା ବି କହିଛନ୍ତି।

ଘର ଘର ବୁଲି ପ୍ରାର୍ଥୀ କରୁଛନ୍ତି ପ୍ରଚାର।

୧୫ ବର୍ଷ ପୂର୍ବେ ନିୟମଗିରି ଡଙ୍ଗରିଆ କନ୍ଧ ଭୋଟ ପରିବର୍ତ୍ତେ ଚୟନ ମାଧ୍ୟମରେ ପ୍ରତିନିଧି ବାଛୁଥିଲେ । ବର୍ତ୍ତମାନ ନିୟମ ପରିବର୍ତ୍ତନ ହୋଇଛି  । ଏନେଇ ନିୟମଗିରି ପାହାଡ ସୁରକ୍ଷା ସମିତିର ଆବାହକ ଲଦ ସିକକାଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାପାଇଁ ନିଷ୍ପତି ନିଆଯାଇଥିଲା । ନିୟମଗିରି ପାରସାଲି ପଞ୍ଚାୟତରେ ୩୨ ଟି ଗାଁ ରହିଛି ଓ ୧୧ଟି ୱାର୍ଡ । ୫ଟି ୱାର୍ଡ଼ ସଦସ୍ୟଙ୍କ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ୬ ଟି ୱାର୍ଡ ପାଇଁ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ସେହିପରି ସରପଞ୍ଚ ପ୍ରାର୍ଥୀ ପାଇଁ ୨ ଓ ସମିତି ସଭ୍ୟ ପାଇଁ ୪ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଜମିଲାଣି ନିର୍ବାଚନୀ ମାହୋଲ ।

ଏନେଇ ପାରସାଲି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ସୁନ୍ଦର ଭତ୍ରା କହିଛନ୍ତି, ସମସ୍ତେ ମୋତେ ପସନ୍ଦ କରୁଛନ୍ତି। ୪ ଜଣ ମଇଦାନକୁ ଓହ୍ଲାଉଛନ୍ତି। ତଥାପି ଜିତିବି ବୋଲି ଆଶା ରଖିଛି।

ପୂର୍ବରୁ ପ୍ରାର୍ଥୀଙ୍କୁ ମନୋନୀତ କରାଯାଉଥିବା ବେଳେ ସେ ନିର୍ବାଚିତ ହେଉଥିଲେ। ହେଲେ ଏବେ ଲୋକେ ସଚେତନ ହେଲେଣି। ସେମାନେ ନିଜ ପ୍ରାର୍ଥୀ ନିଜେ ବାଛିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ମଇଦାନକୁ ଓହ୍ଲାଉଛନ୍ତି ପ୍ରାର୍ଥୀ ବୋଲି କହିଛନ୍ତି  ପାରାସାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ବାମ କାଡ୍ରାକା।

The post ବଦଳିଲା ନିୟମଗିରି ନିୟମ; ଡଙ୍ଗରିଆ ଭାଷାରେ ଜମୁଛି ପ୍ରଚାର appeared first on Odisha Reporter.



from Odisha Reporter https://bit.ly/34crRI5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages