‘ଆମ ଗାଁରେ ସ୍କୁଲ ନ ହେଲେ ଦେବୁନି ଭୋଟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 27, 2022

‘ଆମ ଗାଁରେ ସ୍କୁଲ ନ ହେଲେ ଦେବୁନି ଭୋଟ’

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): “ଆମ ଗାଁ ସ୍କୁଲକୁ ୨ ବର୍ଷ ହେଲାଣି ବନ୍ଦ କରିଦେଲେଣି। ଅନ୍ୟ ଏକ ସ୍କୁଲ ସହ ଏହାର ମିଶ୍ରଣ କରିଦେଲେ। ଫଳରେ ସ୍କୁଲ ଖୋଲିଲେ ଆମ ପିଲା ନାହିଁ ନ ଥିବା ହଇରାଣ ହେବେ । ତେଣୁ ଆମ ଗାଁରେ ସ୍କୁଲ ନ ହେଲେ ଏଥର ଭୋଟ ଦେବୁନି। ” ଏପରି କହି ଭୋଟ ବର୍ଜନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରର ବିଜିପୁର ଗ୍ରାମବାସୀ ।

ସୂଚନା ଅନୁଯାୟୀ, ବିଜିପୁର ଗାଁରେ ଥିବା ସ୍କୁଲରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବା କହି ୨ ବର୍ଷ ପୂର୍ବେ ଏହାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବନ୍ଦ  କରି ଦିଆଗଲା।  ମିଶ୍ରଣ ପର୍ବ ନାଁରେ ଏହାକୁ ନେଇ ଅନ୍ୟ ଏକ ସ୍କୁଲ ସହ ମିଶାଇ ଦେଲେ। ତେଣୁ ଏଥିଯୋଗୁ  ଗାଁର ପିଲାଙ୍କ ପାଠ ପଢ଼ାରେ ସମସ୍ୟା ଉପୁଜିଛି । ସ୍କୁଲ ଖୋଲିଲେ ଦୂରକୁ ଯିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ । ବାରମ୍ବାର ଏସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଜଣାଇଲେବି କେହି ସମସ୍ୟା ଶୁଣୁ ନାହାନ୍ତି କି କୌଣସି ପଦକ୍ଷେପ ନିଆଯାଉନି । ତେଣୁ  ବାଧ୍ୟ ହୋଇ ଏପରି  ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ, ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ । ଫେବୃଆରୀ ୧୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ । ଆଗକୁ ନିର୍ବାଚନ ଥିବାରୁ ଏବେଠୁ ଜମିଲାଣି ମାହୋଲ । କେଉଁଠି  ଲଢ଼େଇ ଜୋରଦାର ହେଉଥିବା ବେଳେ କେଉଁଠି ଖାଲି ପଡ଼ିଛି ମଇଦାନ । ବର୍ଷ ବର୍ଷ ଧରି ପୂରଣ ହୋଇ ନ ଥିବା ଦାବି ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି ଭୋଟର। ବିଜିପୁର ଗ୍ରାମବାସୀ  ମଧ୍ୟ ସ୍କୁଲ ଦାବିରେ ଭୋଟ ବର୍ଜନ କରିଥିବା ବେଳେ ଭବିଷ୍ୟତରେ କିପରି ହେବ ଏହି ଅଞ୍ଚଳ ବିକାଶ ତାହାକୁ ନେଇ ଅନିଶ୍ଚିତନା ଦେଖିବାକୁ ମିଳିଛି।

The post ‘ଆମ ଗାଁରେ ସ୍କୁଲ ନ ହେଲେ ଦେବୁନି ଭୋଟ’ appeared first on Odisha Reporter.



from Odisha Reporter https://ift.tt/32J1NEc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages