ରାଜ୍ୟରେ ତଳ ମୁହାଁ ହୋଇଛି କରୋନା ଗ୍ରାଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 22, 2022

ରାଜ୍ୟରେ ତଳ ମୁହାଁ ହୋଇଛି କରୋନା ଗ୍ରାଫ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୫ ଦିନରେ କ୍ରମାଗତ ଭାବେ ଏହି ସଂଖ୍ୟା ହ୍ରାସ ପାଉଛି। ଜାନୁଆରୀ ୧୯ ତାରିଖରେ ଆସିଥିବା ରିପୋର୍ଟରେ ୧୧,୬୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦ ତାରିଖ ରିପୋର୍ଟରେ ଏହି ସଂଖ୍ୟା ୧୦,୩୬୮ ଥିଲା। ସେହିପରି ୨୧ ଓ ୨୨ ତାରିଖ ରିପୋର୍ଟରେ ଦୈନିକ ସଂକ୍ରମଣ ଯଥାକ୍ରମେ ୯,୮୩୩ ଓ ୮,୮୪୫ ଥିବା ବେଳେ ଆଜି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ଆହୁରି କମିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୮,୫୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୩୭ ଜଣ ଅଛନ୍ତି। ସେହିପରି ୪,୯୪୧ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩,୫୭୯ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୬୨ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୩୨, କଟକରୁ ୭୮୯, ଅନୁଗୋଳରୁ ୧୪୨, ବାଲେଶ୍ୱରରୁ ୩୪୬, ବରଗଡ଼ରୁ ୧୪୧, ଭଦ୍ରକରୁ ୧୧୨, ବଲାଙ୍ଗିରରୁ ୨୧୭, ବୌଦ୍ଧରୁ ୮୬, ଦେବଗଡ଼ରୁ ୭୫, ଢେଙ୍କାନାଳରୁ ୯୦, ଗଜପତିରୁ ୯୮, ଗଞ୍ଜାମରୁ ୮୮, ଜଗତସିଂହପୁରରୁ ୧୬୫, ଯାଜପୁରରୁ ୨୫୩, ଝାରସୁଗୁଡ଼ାରୁ ୧୧୮, କଳାହାଣ୍ଡିରୁ ୨୨୬, କନ୍ଧମାଳରୁ ୧୦୦, କେନ୍ଦ୍ରାପଡ଼ାରୁ ୧୩୪, କେନ୍ଦୁଝରରୁ ୧୨୬, କୋରାପୁଟରୁ ୧୫୭, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୧୯୨, ନୟାଗଡ଼ରୁ ୨୧୬, ନୂଆପଡ଼ାରୁ ୧୯୯, ପୁରୀରୁ ୧୪୯, ରାୟଗଡ଼ାରୁ ୧୮୭, ସମ୍ବଲପୁରରୁ ୧୨୭ ଓ ସୋନପୁରରୁ ୮୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୪୬୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦ରେ ପହଞ୍ଚିଥିବା ବେଳେ ୧୧ ଲକ୍ଷ ୧୦ ହଜାର ୭୬୭ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୫ ହଜାର ୩୨୦ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ୮,୫୨୦କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ତଳ ମୁହାଁ ହୋଇଛି କରୋନା ଗ୍ରାଫ୍ appeared first on Odisha Reporter.



from Odisha Reporter https://ift.tt/3Is4eKh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages