ୱେଲିଂଟନ୍: ନିଜ ବିବାହ ଘୁଞ୍ଚାଇ ଦେଲେ ପ୍ରଧାନମନ୍ତ୍ରୀ। କରୋନା ପାଇଁ ନିଜ ବିବାହ ରଦ୍ଦ କରିଦେଲେ ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏର୍ଡର୍ନ। ସାରା ବିଶ୍ୱରେ ପୁଣି ନିଜ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା। ପ୍ରାୟ ସବୁ ଦେଶ ବର୍ତ୍ତମାନ କରୋନା ସହ ଲଢ଼ୁଛି। ଏହାର ନୂଆ ଭାରିଏଣ୍ଟ ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ମାଡି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ଦେଶରେ କଡା କଟକଣା ଲାଗୁ କରାଯାଇଛି। ସେଥି ମଧ୍ୟରୁ ଗୋଟିଏ ହେଉଛି ନ୍ୟୁଜିଲାଣ୍ଡ।
ନ୍ୟୁଜଲାଣ୍ଡରେ ତାଣ୍ଡବ ରଚି ଚାଲିଛି ମହାମାରୀ କରୋନା। ଏଠାକାର ସରକାର କମ୍ୟୁନିଟି ସ୍ପ୍ରେଡ୍କୁ ରୋକିବା ପାଇଁ କଡା କଟକଣା ଲାଗୁ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ନିଜ ବିବାହକୁ ରଦ୍ଦ କରିଦେଇଛନ୍ତି।
ରବିବାର ମଧ୍ୟ ରାତ୍ରିରୁ ନ୍ୟୁଜିଲାଣ୍ଡରେ କଡା କଟକଣା ଲାଗୁ କରାଯାଇଛି। ଏଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସହ ସୀମିତ ଲୋକଙ୍କୁ ଏକାଠି ରହିବା ପାଇଁ ଅନୁମତି ରହିଛି। ସମ୍ପ୍ରତି ଉତ୍ତରରୁ ଦକ୍ଷିଣ ଦ୍ୱୀପପୁଞ୍ଜ ପର୍ଯ୍ୟନ୍ତ କରୋନାର ଓମିକ୍ରନ୍ ଭାରିଏଣ୍ଟ ବ୍ୟାପିବାରେ ଲାଗିଛି। ଏହି କାରଣରୁ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ତାଙ୍କ ବିବାହକୁ ବାତିଲ କରିଛନ୍ତି।
ସେ କହିଛନ୍ତି, ମୋ ବିବାହ ଆଗକୁ ବଢ଼ିପାରୁନି। ତେବେ ଏହି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କେବେ ବିବାହ କରିବେ ସେ ନେଇ କିଛି ତାରିଖ ପ୍ରକାଶ କରିନାହାନ୍ତି, କିନ୍ତୁ ଖୁବଶୀଘ୍ର ସେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି।
ଏର୍ଡର୍ନ ଆହୁରି କହିଛନ୍ତି, ମୁଁ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ନୁହଁ। ମୁଁ ଏହା କହିବାକୁ ସାହସ କରେ, ଅନ୍ୟ ହଜାର ହଜାର ନ୍ୟୁଜିଲାଣ୍ଡବାସୀ, ଯେଉଁମାନେ ମହାମାରୀର ଭୟଙ୍କର ପ୍ରଭାବ ଅନୁଭବ କରିଛନ୍ତି, ଅଧିକାଂଶ ସମୟରେ ଯେତେବେଳେ ସେମାନେ ଜାଣନ୍ତି ଯେ ତାଙ୍କର କେହି ପରିବାର ଲୋକେ ଅସୁସ୍ଥ ହୁଅନ୍ତି ସେତେବେଳେ ତାଙ୍କ ଠାରୁ ଅନ୍ୟ ଲୋକମାନେ ବାଧ୍ୟ ହୋଇ ଦୂରେଇ ରହିବାକୁ ପଡେ। ଏଭଳି ଦୁଃଖକୁ ମୁଁ ମଧ୍ୟ ଅନୁଭବ କରିଛି।
ନ୍ୟୁଜିଲାଣ୍ଡରେ କରୋନାର କଡା କଟକଣା ଯୋଗୁଁ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଇନ୍ଡୋର ହସ୍ପିଟାଲିଟି ଭଳି ବାର୍ ଏବଂ ରେଷ୍ଟୁରାଣ୍ଟ ଏବଂ ବିବାହ ଭଳି କାର୍ଯ୍ୟକ୍ରମରେ ୧୦୦ ଲୋକଙ୍କୁ ଯୋଗ ଦେବା ଅନୁମତି ରହିଛି। ଯଦି କୌଣସି ବ୍ୟକ୍ତିଙ୍କ ପଖାରେ ଟିକା ସାର୍ଟିଫିକେଟ୍ ନଥାଏ ତେବେ ଏଭଳି କାର୍ଯ୍ୟକ୍ରମରେ ଯୋଗଦେବା ଲୋକଙ୍କ ସଂଖ୍ୟା ୨୫କୁ କମାଇବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
The post କରୋନା ପାଇଁ ନିଜ ବିବାହ ଘୁଞ୍ଚାଇଦେଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/33INbVB
No comments:
Post a Comment