ନୂଆଦିଲ୍ଲୀ: ଫିଜିକାଲ ରାଜନୈତିକ ରାଲିକୁ ନେଇ ଆଜି ସମୀକ୍ଷା କରିବେ ଭାରତର ନିର୍ବାଚନ କମିଶନ(ଇସିଆଇ)। ୫ ରାଜ୍ୟରେ ହେଉଥିବା ନିର୍ବାଚନ ପାଇଁ ଫିଜିକାଲ ରାଲିକୁ ଅନୁମତି ଉପରେ ଲାଗିଥିବା କଟକଣା ଉପରେ ଆଜି ହେବ ବିଚାର ବିମର୍ଶ। ଏଥିପାଇଁ ୟୁପି ସମେତ ୫ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକ କରିବେ ନିର୍ବାଚନ ଆୟୋଗ । ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଗୁଡିକୁ ରାଲି ପାଇଁ ଅନୁମତି ଦିଆଯିବ କି ନାହିଁ ସେ ନେଇ ଆଲୋଚନା କରାଯିବ।
ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ଫିଜିକାଲ ରାଲି ଉପରେ ରୋକ ଲଗାଇଛନ୍ତି । ନିର୍ବାଚନ ରାଲି, ରୋଡ ସୋ’ ଉପରେ ପ୍ରଥମେ ଜାନୁଆରୀ ୧୫ ଏବଂ ପରେ ଜାନୁଆରୀ ୨୨ ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି ନିର୍ବାଚନ ଆୟୋଗ । ତେବେ ଆଜି ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ରାଜ୍ୟ ଗୁଡିକର ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକ କରିବେ ନିର୍ବାଚନ କମିଶନ।
ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆର ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନାରେ ରହିବେ। ଏହି ଅବସରରେ ରାଜ୍ୟର ଟିକାକରଣ ଏବଂ କରୋନାର ବର୍ତ୍ତମାନ ସ୍ଥିତି ସମୀକ୍ଷା କରାଯିବ। ଗତ ଜାନୁଆରୀ ୮ ତାରିଖରେ ଉପରୋକ୍ତ ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ। ତେବେ କରୋନାକୁ ଦୃଷ୍ଟିରେ ରଖି ପ୍ରଚାର ଏବଂ ରାଲିକୁ ନେଇ କିଛି କଟକଣା ଜାରି କରାଯାଇଥିଲା।
The post ଫିଜିକାଲ ରାଲି ନେଇ ଆଜି ସମୀକ୍ଷା କରିବେ ଇସିଆଇ appeared first on Odisha Reporter.
from Odisha Reporter https://ift.tt/33WY5ai
No comments:
Post a Comment