ମା’ ହେଲେ ପ୍ରିୟଙ୍କା, ଘରକୁ ଆସିଲେ କୁନି ଅତିଥି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 21, 2022

ମା’ ହେଲେ ପ୍ରିୟଙ୍କା, ଘରକୁ ଆସିଲେ କୁନି ଅତିଥି

ନ୍ୟୁୟର୍କ:  ମା’ ହେଲେ ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା। ଏହି ଖୁସି ଖବର ଖୋଦ ଦେଶୀ ଗର୍ଲ  ପ୍ରିୟଙ୍କା ସୋଶାଲ ମିଡିଆରେ ଶେଆର କରିଛନ୍ତି।  ସରୋଗେସି ଜରିଆରେ ପ୍ରିୟଙ୍କା ଓ ନିକଙ୍କ ଘରକୁ ଆସିଛି କୁନି ଅତିଥି।

ମା’ ହେବା ଖୁସି ସମ୍ପର୍କରେ ସୋଶାଲ ମିଡିଆରେ ସୂଚନା ଦେଇ ପ୍ରିୟଙ୍କା କହିଛନ୍ତି,  ଆମେ ବହୁତ ଖୁସି ଯେ, ସରୋଗେସି ଜରିଆରେ ଆମେ ଏକ ଶିଶୁକୁ ସ୍ୱାଗତ କରୁଛୁ। ତେଣୁ ଏପରି ବିଶେଷ ସମୟରେ ଆମ ପ୍ରାଇଭେସିକୁ ସମ୍ମାନ ଦେବା ପାଇଁ ନିବେଦନ କରୁଛୁ। ଆମେ ନିଜ ପରିବାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ।

ସ୍ୱାମୀ ନିକ୍‌ଙ୍କ ସହ ପ୍ରିୟଙ୍କା।

୨୦୦୦ ମସିହାରେ ମିସ୍‌ ୱାର୍ଲ୍ଡ ମୁକୁଟ ପିନ୍ଧିଥିବା ପ୍ରିୟଙ୍କା ୨୦୧୮ ମସିହାରେ ରାଜସ୍ଥାନରେ ଏକ ରୟାଲ ମ୍ୟାରେଜ ସେରିମନିରେ ଆମେରିକା ଗାୟକ ନିକ ଜୋନ୍ସଙ୍କୁ ବିବାହ କରିଥିଲେ।

ବଲିଉଡରେ ଆଗ ଧାଡ଼ିରେ ଅଭିନେତ୍ରୀ ପାଲଟିଥିବା ପ୍ରିୟଙ୍କାକୁ ନେଇ ହଲିଉଡରେ ବି ଚର୍ଚ୍ଚା। ଚାରିଆଡେ ନିଜ ଅଭିନୟର ଜାଲୱା ଦେଖାଇଛନ୍ତି ପ୍ରିୟଙ୍କା। ଇଣ୍ଟରନ୍ୟାସନାଲ ସେନସେସନ୍‌ ପାଲଟିଥିବା ପ୍ରିୟଙ୍କାଙ୍କୁ ୨୦୧୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହ ସେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ୫ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ହାତେଇ ସାରିଛନ୍ତି।  ବିବାହ ପରଠୁ ପ୍ରିୟଙ୍କା ନିଜ ପତିଙ୍କ ସହ ଆମେରିକାରେ ହିଁ ବସବାସ କରୁଛନ୍ତି।  ଏବେ ସେ ମା’ ହେବା ଖବର ପ୍ରଚାରିତ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

 

View this post on Instagram

 

A post shared by Priyanka (@priyankachopra)

The post ମା’ ହେଲେ ପ୍ରିୟଙ୍କା, ଘରକୁ ଆସିଲେ କୁନି ଅତିଥି appeared first on Odisha Reporter.



from Odisha Reporter https://ift.tt/3fKSgiz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages