ଫାଇନାସ କମ୍ପାନୀର କର୍ମଚାରୀଙ୍କ ଠାରୁ ଲୁଟି ଥିଲେ ଲକ୍ଷେ ଟଙ୍କା, ତା’ ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 14, 2022

ଫାଇନାସ କମ୍ପାନୀର କର୍ମଚାରୀଙ୍କ ଠାରୁ ଲୁଟି ଥିଲେ ଲକ୍ଷେ ଟଙ୍କା, ତା’ ପରେ…

ପୋଲସରା (ଅକ୍ଷୟ ମହାରଣା): ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ଫାଇନାସ କମ୍ପାନୀର କର୍ମଚାରୀଙ୍କୁ ମାଡ଼  ମାରି ଲୁଟି ନେଇଥିଲେ  ଲକ୍ଷେରୁ ଅଧିକ ଟଙ୍କା। ପୁଲିସ ସେହି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି।

ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଛକ ନିକଟରେ। ପୁଲିସ ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଗାଡ଼ି, ନଗଦ ୯୮ ହଜାର ୫୦୦ ଟଙ୍କା  ଓ ଏକ ବ୍ୟାଗ ଜବତ କରିଛି।  ଅଭିଯୁକ୍ତମାନେ ହେଲେ ନୂଆସାପୁର ଗାଁର ଏମ କାଳୀ, ଏ ଶିବା ଓ ପାକଲାପଲ୍ଲୀ ଗ୍ରାମର ଏ ସନ୍ତୋଷ।

ମିଳିଥିବା ସୂଚନା ଅନୁସାରେ, ପୋଲସରା ଅଞ୍ଚଳରେ ଥିବା ସୂର୍ଯ୍ୟଦୟ କ୍ଷୁଦ୍ର ଫାଇନାସ କମ୍ପାନୀର କର୍ମଚାରୀ ଶ୍ରୀଧର ନାୟକ ଟଙ୍କା କଲେକ୍ସନ କରି ପୋଲସରା ଫେରୁଥିଲେ। ଏହି ସମୟରେ ସରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଛକ ନିକଟରେ ତିନି ଜଣ ଦୁର୍ବୁତ୍ତ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଥିଲେ ଓ ଟଙ୍କା ମାଗିଥିଲେ। ଶ୍ରୀଧର  ଟଙ୍କା ଦେବାକୁ ଅରାଜି ହେବାରୁ  ତାଙ୍କୁ ମାଡ ମାରି ୧ ଲକ୍ଷ ୧୪ ହଜାର ୩୯୧ ନେଇ ଚମ୍ପଟ ମାରିଥିଲେ। ଏନେଇ ଶ୍ରୀଧର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ତିନି ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଗତକାଲି ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ଏହି ତିନି ଜଣ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ  ମଧ୍ୟ ଅନେକ ମାମଲା ରହିଛି।

The post ଫାଇନାସ କମ୍ପାନୀର କର୍ମଚାରୀଙ୍କ ଠାରୁ ଲୁଟି ଥିଲେ ଲକ୍ଷେ ଟଙ୍କା, ତା’ ପରେ… appeared first on Odisha Reporter.



from Odisha Reporter https://ift.tt/3KbeXKR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages