ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୨ରେ ହାରିଥିବା ଟିମ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିବାର ସମ୍ଭାବନା ସୃଷ୍ଟି ହୋଇଛି।
ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିବାର ସୁଯୋଗ ଭାରତ ପାଖରେ ଥିଲେ ମଧ୍ୟ ଏହାକୁ ବିରାଟ ବାହିନୀ ହାତ ଛଡ଼ା କରିଛି। ପ୍ରଥମ ଟେଷ୍ଟକୁ ଭାରତ ବେଶ ଚମତ୍କାର ଢଙ୍ଗରେ ଜିତିଥିଲା। ହେଲେ ବାକି ଦୁଇଟି ଯାକ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ତା’ର ଦବଦବା ଦେଖାଇଥିଲା।
ଏହି ସିରିଜ୍ ହାରିବା ପରେ ଟିମ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲରେ ୫ମ ସ୍ଥାନକୁ ଖସି ଆସିଛି। ଏପରି କି ଟିମ ଇଣ୍ଡିଆ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ବି ପଛରେ ରହିଛି। ଭାରତ ୫ମ ସ୍ଥାନରେ ଥିବାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ ପଡ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଥିବା କୁହାଯାଉଛି। ଏବେ ଟିମ୍ ଇଣ୍ଡିଆ ଯଦି କୌଣସି ଗୋଟିଏ ଟେଷ୍ଟ ମ୍ୟାଚ୍ ହାରିବ କିମ୍ବା ଡ୍ର କରିବ, ତା’ହେଲେ ଫାଇନାରେ ଆଉ ପ୍ରବେଶ କରିପାରିବ ନାହିଁ।
ଆଇସିସି ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ନୂଆ ନିୟମ ଲାଗୁ କରିଛି। ପୂର୍ବରୁ ମ୍ୟାଚ୍ ଜିତିବା ପରେ ଟିମଗୁଡ଼ିକର ରାଙ୍କିଙ୍ଗ ହେଉଥିଲା। ହେଲେ ଏବେ ଜିତିବା ପ୍ରତିଶତକୁ ନେଇ ରାଙ୍କିଙ୍ଗ କରାଯାଉଛି। ତେଣୁ କେଉଁ ଦଳ କେତେ ଅଧିକ ଟେଷ୍ଟ ମ୍ୟାଚ୍ ଜିତିଛି, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ।
ଯଦି କୌଣସି ଟିମ୍ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳି ୫ଟିରେ ଜିତିଛି, ତା’ହେଲେ ଟିମର ବିଜୟ ପ୍ରତିଶତ ୫୦%। କିନ୍ତୁ କୌଣସି ଟିମ ୫ ଟେଷ୍ଟରୁ ୪ଟିରେ ଜିତୁଛି, ତା’ହେଲେ ତା’ର ବିଜୟ ପ୍ରତିଶତ ୮୦% ରହିବ ଓ ସେ ରାଙ୍ଗିଙ୍ଗର ଶୀର୍ଷରେ ପହଞ୍ଚିବ।
South Africa’s brilliant series win has placed them nicely in the latest #WTC23 standings pic.twitter.com/SJkLtZVpUS
— ICC (@ICC) January 14, 2022
ଭାରତ ଏଯାଏ ୯ଟି ଟେଷ୍ଟ ମ୍ୟାଚ ଖେଳି ମାତ୍ର ୪ଟିରେ ଜିତିଛି। ଫଳରେ ୪୯.୦୭ ବିଜୟ ପ୍ରତିଶତ ସହ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ଶ୍ରୀଲଙ୍କା ୨ଟି ଟେଷ୍ଟରୁ ୨ଟି ଯାକ ଜିତି ୧୦୦% ସହ ଶୀର୍ଷରେ ରହିଛି। ଅଷ୍ଟ୍ରେଲିଆ ୮୩.୩୩% ସହ ଦ୍ୱିତୀୟ ଓ ୭୫% ସହ ପାକିସ୍ତାନ ତୃତୀୟରେ ରହିଛି।
ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ୬୬.୬୬% ରହିଛି। ଭାରତ ତଳକୁ ନ୍ୟୁଜିଲ୍ୟାଣ୍ଡ, ବାଂଲାଦେଶ, ୱେଷ୍ଟଇଣ୍ଡିଜ ଓ ୯ମ ସ୍ଥାନରେ ଇଂଲଣ୍ଡ ରହିଛି। ଇଂଲଣ୍ଡର ବିଜୟ ପ୍ରତିଶତ ମାତ୍ର ୧୦.୪୧%।
ଟିମ ଇଣ୍ଡିଆ ଏବେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ଓ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିବ। ଏପରି ସ୍ଥିତିରେ ଯଦି ଏହି ଟେଷ୍ଟ ମ୍ୟାଚ୍ ଗୁଡ଼ିକ ମଧ୍ୟରୁ କୌଣସିଟି ଡ୍ର ହେବ କିମ୍ବା ଟିମ୍ ଇଣ୍ଡିଆ ହାରିଯିବ, ତା’ହେଲେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ଦୌଡ଼ରୁ ଦଳ ବାଦ ପଡ଼ିବ। ସବୁ ମ୍ୟାଚ୍ ଜିତିଲେ ମଧ୍ୟ ଅନ୍ୟ ଦଳର ହାରିବା ପରେ ଭାରତର ଭାଗ୍ୟ ନିର୍ଭର କରିବ।
The post ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଦୌଡ଼ରୁ ଟିମ ଇଣ୍ଡିଆ ଆଉଟ! appeared first on Odisha Reporter.
from Odisha Reporter https://ift.tt/3AeZDIR
No comments:
Post a Comment