ଘରେ ବାସ୍ତୁ ଦୋଷ ରହିଲେ ବିଭିନ୍ନ ସମସ୍ୟା ଉପୁଜେ। ଅନେକ ସମୟରେ ଆମେ ସେହି ସବୁ ସମସ୍ୟା ଘରର ବାସ୍ତୁଦୋଷ ହେତୁ ଘଟୁଛି ବୋଲି ଜାଣିପାରୁନାହିଁ। ସେଥିପାଇଁ ଯେତେ ଯାହା କଲେ ବି ସେଗୁଡ଼ିକର ସମାଧାନ ହୋଇପାରେ ନାହିଁ। ତା’ହେଲେ ଘରେ ବାସ୍ତୁଦୋଷ ଅଛି ବୋଲି କେମିତି ଜାଣିବେ? ଏନେଇ ଜଣାଶୁଣା ବାସ୍ତବିଦ୍ ଡକ୍ଟର ମନୋଜ ଲେଙ୍କା କିଛି ଟିପ୍ସ ଦେଇଛନ୍ତି। ସେଗୁଡ଼ିକ ସଂପର୍କରେ ଜାଣି ନିଅନ୍ତୁ।
- ବିନା କାରଣରେ ଘରେ ଛୋଟ ପିଲା ବାରମ୍ବାର କାନ୍ଦିବା
- ଘରର ଛାତ ଦୁମ୍ ଦୁମ୍ ହେବା
- ରାତିରେ ଘରେ ଭୟ ଲାଗିବା
- ଘରେ ଜିନିଷ ଆପେ ଆପେ ପଡ଼ିବା ଓ ଭାଙ୍ଗିଯିବା
- କାରଣ ନଥାଇ ମାନସିକ ଅଶାନ୍ତି ଦେଖାଦେବା
- ଘରେ କଳହ ଲାଗି ରହିବା
- ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା
- ପିଲାମାନେ ଅବାଧ୍ୟ ହେବା
- ବାରମ୍ବାର ଦୁର୍ଘଟଣାର ଶିକାର ହେବା
- ଆର୍ଥିକ ସ୍ଥିତି ଖରାପ ହେବା
- କ୍ୟାରିୟରରେ ସମସ୍ୟା ଦେଖାଦେବା
- କେସ୍ କଚେରି ମାମଲାରେ ଜଡ଼ିତ ରହିବା
- ବିବାହରେ ବିଳମ୍ବ ହେବା
- ଘରେ କୌଣସି ଶୁଭ କାମ ନ ହେବା
The post ଘରେ ବାସ୍ତୁଦୋଷ ଅଛି ବୋଲି ଜାଣିବେ କିପରି ? appeared first on Odisha Reporter.
from Odisha Reporter https://ift.tt/YnChmbAVS
No comments:
Post a Comment