ପେଗାସସ୍‌ ରିଟର୍ଣ୍ଣସ: ବିବାଦ ଭିତରେ ଭାରତ-ଇସ୍ରାଏଲ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 29, 2022

ପେଗାସସ୍‌ ରିଟର୍ଣ୍ଣସ: ବିବାଦ ଭିତରେ ଭାରତ-ଇସ୍ରାଏଲ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ମୋଦି

ନୂଆଦିଲ୍ଲୀ: ଇସ୍ରାଏଲ ସ୍ପାଇୱେୟାର ପେଗାସସ୍‌କୁ ନେଇ ପୁଣିଥରେ ବିବାଦ ଦେଖାଯାଇଥିବା ବେଳେ ଭାରତ ଓ ଇସ୍ରାଏଲ ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଛନ୍ତି। ୨୦୧୭ରେ ଭାରତ ସରକାର ଇସ୍ରାଏଲ ସହ ଗୁଇନ୍ଦାଗିରି କରିବାକୁ ବ୍ୟବହୃତ ହେଉଥିବା ପେଗାସସ୍‌ ପାଇଁ ଚୁକ୍ତି କରିଥିବା ଖବର ଶନିବାର ପ୍ରକାଶ ପାଇଥିଲା। ଏହାକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ହେଲେ ଏସବୁ ଭିତରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଥିବା ବେଳେ ଭାରତ ଓ ଇସ୍ରାଏଲ ମଧ୍ୟରେ ପାରସ୍ପରିକ ସମ୍ପର୍କର ଗୁରୁତ୍ୱ ଆହୁରି ବଢ଼ି ଯାଇଛି। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଆଗକୁ ନେବାର ଏହା ଉପଯୁକ୍ତ ସମୟ। ଉଭୟ ଦେଶର ଅଭିବୃଦ୍ଧି ପଛରେ ପରସ୍ପରର ସହଯୋଗ ରହିଛି ବୋଲି ମୋଦି କହିଛନ୍ତି।

ଭାରତ ଓ ଇସ୍ରାଏଲ ମଧ୍ୟରେ ସୃଷ୍ଟି ହୋଇଥିବା କୂଟନୀତିକ ସମ୍ପର୍କକୁ ୩୦ ବର୍ଷ ପୂରିବା ଅବସରେ ମୋଦି ସ୍ୱତନ୍ତ୍ର ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏହି ସମୟରେ ଇସ୍ରାଏଲ ସହିତ ଭାରତର ବନ୍ଧୁତା ଆଗାମୀ ଦଶନ୍ଧି ମଧ୍ୟରେ ସହଯୋଗର ନୂତନ ରେକର୍ଡ ସୃଷ୍ଟି କରିବ ବୋଲି ମୋଦି ଆଶା କରିଛନ୍ତି। ଏଥିସହ ଉଭୟ ଦେଶ ବର୍ତ୍ତମାନ ବେଶ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛନ୍ତି ବୋଲି ସେ କହିଛନ୍ତି।

ମୋଦି କହିଛନ୍ତି, “ଆମ ସମ୍ପର୍କ ଦିଗରେ ଆଜିର ଦିନ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ୩୦ ବର୍ଷ ତଳେ ଆଜିର ଦିନରେ ଦୁଇ ଦେଶ ମଧ୍ୟ ପୂର୍ଣ୍ଣକାଳୀନ କୂଟନୀତିକ ସମ୍ପର୍କ ଆରମ୍ଭ ହୋଇଥିଲା। ଏହାକୁ ଆଜି ୩୦ ବର୍ଷ ପୂରିଛି। ଦୁଇ ଦେଶ ମଧ୍ୟରେ ଗୋଟିଏ ନୂଆ ଅଧ୍ୟାୟ ଆଜିର ଦିନରେ ଆରମ୍ଭ ହୋଇଥିଲା। ଏହା ଏକ ନୂଆ ଅଧ୍ୟାୟ ଥିଲା।


କିନ୍ତୁ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ବହୁତ ପୁରୁଣା। ଭାରତ ଓ ଇସ୍ରାଏଲବାସୀଙ୍କ ମଧ୍ୟରେ ଦୀର୍ଘ ଶତାବ୍ଦୀ ଧରି ଘନିଷ୍ଠ ବନ୍ଧୁତା ରହିଆସିଛି। ଶତାବ୍ଦୀ ଶତାବ୍ଦୀ ଧରି ବିନା କୌଣସି ପାତରଅନ୍ତର ନୀତିରେ ଇହିଦୁମାନେ ଭାରତରେ ରହି ଆସୁଛନ୍ତି। ସେମାନଙ୍କୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଯୋଗାଇ ଦିଆଯାଉଛି।

ଏହା ଆମର ବିକାଶମୂଳକ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ବହନ କରିଛି। ବିଶ୍ୱରେ ଅନେକ ବଡ଼ବଡ଼ ପରିବର୍ତ୍ତନ ଦେଖାଯାଉଥିବା ବେଳେ ଭାରତ-ଇସ୍ରାଏଲ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ଭାରତ ଏବେ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଆସନ୍ତାବର୍ଷ ଇସ୍ରାଏଲ ସ୍ୱାଧୀନତାକୁ ୭୫ ବର୍ଷ ପୂରିବ।

ପାରସ୍ପରିକ ସହଭାଗିତାର ନୂଆ ଲକ୍ଷ୍ୟ ସ୍ଥାପନ କରିବା ପାଇଁ ଏହାଠାରୁ ଆଉ କିଛି ଭଲ ସମୟ ହୋଇ ନପାରେ। ଏସବୁ ଭିତରେ ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନୀତିକ ସମ୍ପର୍କକୁ ମଧ୍ୟ ୩୦ ବର୍ଷ ପୂରିଛି। ଏହି ଅବସରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଏଥିସହ ଆଗକୁ ଏହି ସମ୍ପର୍କର ସେତୁ ଆହୁରି ମଜବୁତ ହେବ ବୋଲି ଆଶା କରୁଛି।”

ସୂଚନାଯୋଗ୍ୟ, ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଭାରତ ବିଧିବଦ୍ଧ ଭାବେ ଇସ୍ରାଏଲକୁ ମାନ୍ୟତା ଦେଇଥିଲା। ହେଲେ ଉଭୟ ଦେଶ ମଧ୍ୟରେ ପୂର୍ଣ୍ଣକାଳୀନ କୂଟନୀତିକ ସମ୍ପର୍କ ୧୯୯୨ ମସିହା ଜାନୁଆରୀ ୨୯ରେ ପ୍ରତିଷ୍ଠା ହୋଇଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସେତୁ ଦିନକୁ ଦିନ ସୁଦୃଢ଼ ହେବାରେ ଲାଗିଛି।

The post ପେଗାସସ୍‌ ରିଟର୍ଣ୍ଣସ: ବିବାଦ ଭିତରେ ଭାରତ-ଇସ୍ରାଏଲ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ମୋଦି appeared first on Odisha Reporter.



from Odisha Reporter https://ift.tt/4mBTh6Rb5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages