କୋହଲି ଛାଡିଲେ କ୍ୟାପ୍ଟେନ୍‌ସି, ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 15, 2022

କୋହଲି ଛାଡିଲେ କ୍ୟାପ୍ଟେନ୍‌ସି, ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଶନିବାର ଟିମ୍‌ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି ବିରାଟ କୋହଲି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି।

ଗାଙ୍ଗୁଲି କହିଛନ୍ତି ଯେ, ବିରାଟଙ୍କ ନେତୃତ୍ୱରେ ଭାରତ ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିଛି। ତାଙ୍କର ଅଧିନାୟକ ଭାର ଛାଡିବା ବ୍ୟକ୍ତିଗତ ନିଷ୍ପତ୍ତି। ବିସିସିଆଇ ତାଙ୍କର ଏହି ନିଷ୍ପତ୍ତକୁ ମୁଁ ସମ୍ମାନ କରେ। ସେ ଭବିଷ୍ୟତରେ ଦଳକୁ ଶିଖରରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ। ସେ ଜଣେ ମହାନ ଖେଳାଳି ବୋଲି ଗାଙ୍ଗୁଲି ଟ୍ୱିଟ୍‌ କରି କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ଗାଙ୍ଗୁଲି ଓ କୋହଲିଙ୍କୁ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଥିବା ନେଇ ଚର୍ଚ୍ଚା ହୋଇଥିଲା। ଡିସେମ୍ବର ୮ ତାରିଖରେ ବିରାଟଙ୍କୁ ୱାନ୍‌ ଡେ’ ମ୍ୟାଚ୍‌ର ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଏହାପରେ ଟି-୨୦ରୁ ଅଧିନାୟକ ପଦ ନଛାଡିବା ପାଇଁ କୋହଲିଙ୍କୁ ପରାମର୍ଶ ଦେଇଥିଲେ ଗାଙ୍ଗୁଲି। କିନ୍ତୁ ଗାଙ୍ଗୁଲିଙ୍କ କଥା ମାନିବାକୁ ଅସ୍ୱୀକାର କରିଥିଲେ କୋହଲି ଓ ଟ-୨୦ରୁ ବି କ୍ୟାପ୍‌ଟେନ୍‌ ପଦ ଛାଡି ଦେଇଥିଲେ।

ଏହାପରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଏଥିରେ ଯାହା କହିଥିଲେ ତାହା କିନ୍ତୁ ଗାଙ୍ଗୁଲିଙ୍କ କଥାର ସମ୍ପୂର୍ଣ୍ଣ ବୀପରିତ ଥିଲା। ତାଙ୍କୁ କେହି ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କହିନଥିଲେ ବୋଲି କହିଥିଲେ କୋହଲି।

୨୦୧୪ ମସିହାରେ ବିରାଟ କୋହଲି ଭାରତୀୟ ଟିମ୍‌ର ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ନେଇଥିଲେ। ସେ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଏହି ଦାୟିତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬୮ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୪୦ଟିରେ ବିଜୟ ହାସଲ କରିଛି। ଗତ ବର୍ଷ ଡିସେମ୍ବରରେ ବିରାଟଙ୍କୁ ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା। ଏହି ଦାୟିତ୍ୱ ଏବେ ରୋହିତ ଶର୍ମାଙ୍କୁ ଦିଆଯାଇଛି।

The post କୋହଲି ଛାଡିଲେ କ୍ୟାପ୍ଟେନ୍‌ସି, ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲି appeared first on Odisha Reporter.



from Odisha Reporter https://ift.tt/3FxkpEt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages