ପାକିସ୍ତାନୀ ବୈଜ୍ଞାନିକଙ୍କୁ ଛାଡିବାକୁ ଦାବି, ୪ ଜଣକୁ ବନ୍ଧକ ରଖିଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 15, 2022

ପାକିସ୍ତାନୀ ବୈଜ୍ଞାନିକଙ୍କୁ ଛାଡିବାକୁ ଦାବି, ୪ ଜଣକୁ ବନ୍ଧକ ରଖିଲେ ଦୁର୍ବୃତ୍ତ

ୱାଶିଂଟନ୍‌: ପ୍ରାର୍ଥନା ଗୃହ ଭିତରେ ପଶି ୪ ଜଣଙ୍କୁ ବନ୍ଧକ ରଖିଲା ଦୁର୍ବୃତ୍ତ। ଆମେରିକାର ଟେକ୍ସାସ୍‌ରେ ଘଟିଛି ଏଭଳି କିଛି ଘଟଣା। ଆଇନ ଶୃଙ୍ଖଳା ଅଧିକାରୀଙ୍କ କହିବାନୁସାରେ, ଏହି ୪ ଜଣଙ୍କୁ ଟେକ୍ସାସରେ ଏକ ୟୁହୂଦୀ ଧାର୍ମିକ ସ୍ଥାନରେ ବନ୍ଧକ ରଖାଯାଇଛି। ତେବେ ପରେ ଜଣେ ବନ୍ଧକଙ୍କୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି।

ଲୋକଙ୍କୁ ବନ୍ଧକ ରଖିଥିବା ଦୁର୍ବୃତ୍ତ ଜଣକ ପାକିସ୍ତାନୀ ବୈଜ୍ଞାନିକ ଆଫିଆ ସିଦ୍ଦିକିଙ୍କୁ ମୁକ୍ତ କରିବାକୁ ଦାବି କରିଛି। ଆଫିଆ ଆଫଗାନିସ୍ତାନରେ ଥିବାବେଳେ ଆମେରିକାର ସେନା ଅଧିକାରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆଫିଆ ବର୍ତ୍ତମାନ ଟେକ୍ସାସର ଫେଡେରାଲ ଜେଲରେ ଅଛନ୍ତି। ଲୋକଙ୍କୁ ବନ୍ଧକ ବନାଇଥିବା ଦୁର୍ବୃତ୍ତ ନିଜକୁ ନେଉଥିବା ଆଫିଆ ସିଦ୍ଦିକିଙ୍କ ଭାଇ ବୋଲି ଦାବି କରିଛି। ତେବେ ଆଫିଆଙ୍କ ଭାଇ ନିଜେ ସାମ୍ନାକୁ ଆସି କହିଛନ୍ତି ଯେ ବନ୍ଧକ ରଖିଥିବା ବ୍ୟକ୍ତି ଆଫିଆର ଭାଇ ନୁହଁନ୍ତି।

ମଡିଆ ରିପୋର୍ଟ ମୁତାବକ, ଏହି ଘଟଣା ବେଥ୍ ଇସ୍ରାଏଲ୍ ମଣ୍ଡଳୀରେ ଘଟିଛି। ଏହି ଘଟଣା ସମୟରେ, ସିନେଗଗ୍‌ରେ ଚାଲିଥିବା ଧାର୍ମିକ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଫେସବୁକରେ ଚାଲିଥିଲା। ଠିକ୍‌ ଏତିକିବେଳେ ଜଣେ ବ୍ୟକ୍ତି ବନ୍ଧୁକ ଧରି ସେଠାରେ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ୪ଜଣଙ୍କ ମୁଣ୍ଡରେ ବନ୍ଧୁକ ରଖି ଦୁର୍ବୃତ୍ତ ଜଣକ ବନ୍ଧକ ବନାଇଥିଲା।

ବନ୍ଧକ ହୋଇଥିବା ଚାରି ଜଣଙ୍କ ମଧ୍ୟରେ ଜଣେ ରବ୍ବି (ୟୁହୁଦୀ ଧର୍ମଗୁରୁ) ମଧ୍ୟ ଅଛନ୍ତି। ଏଥିସହିତ ଘଟଣାସ୍ଥଳରେ ପୁଲିସ ଏବଂ SWAT ଟିମ ମଧ୍ୟ ଅଛନ୍ତି। ବନ୍ଧକ ରଖିଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାକୁ ଟିମ୍‌ କ୍ରମାଗତ ଭାବେ ଚେଷ୍ଟା କରୁଛି।

ସେପଟେ ପୁଲିସ ଆଖପାଖର ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଛି। ଏହାବ୍ୟତୀତ ଏହି ଅଞ୍ଚଳକୁ ପ୍ରବେଶ କରିବାକୁ ଲୋକଙ୍କୁ ବାରଣ କରିଛି। ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କେହିବି ଆହତ ହୋଇନାହାନ୍ତି। ଇସ୍ରାଏଲ ମଧ୍ୟ ପୂରା ଘଟଣା ଉପରେ ନଜର ରଖିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେ ମଧ୍ୟ ସ୍ଥିତିର ସମୀକ୍ଷା କରିଛନ୍ତି।

The post ପାକିସ୍ତାନୀ ବୈଜ୍ଞାନିକଙ୍କୁ ଛାଡିବାକୁ ଦାବି, ୪ ଜଣକୁ ବନ୍ଧକ ରଖିଲେ ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/3FrHt7D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages