ଆଜି ବି ୧୦ ହଜାର ଉପରେ ପଜିଟିଭ ଚିହ୍ନଟ, ଆକ୍ଟିଭ କେସ୍‌ ୫୦ ହଜାର ପାର କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 14, 2022

ଆଜି ବି ୧୦ ହଜାର ଉପରେ ପଜିଟିଭ ଚିହ୍ନଟ, ଆକ୍ଟିଭ କେସ୍‌ ୫୦ ହଜାର ପାର କଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ ସଂକ୍ରମଣରେ ଲଗାତାର ୧୦ ହଜାର ପ୍ଲସ୍ ଟ୍ରେଣ୍ଡ ଜାରି ରହିଥିବା ବେଳେ ଆକ୍ଟିଭ୍ କେସ୍ ୫୦ ହଜାର ପାର୍ କରିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୮୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୨୧ ଜଣ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩,୪୯୬ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଥିବା  ବେଳେ ଦ୍ୱିତୀୟରେ ରହିଛି ସୁନ୍ଦରଗଡ଼।  ସୁନ୍ଦରଗଡ଼ରୁ୧୯୪୩ ଆକ୍ରାନ୍ତ ଚିହ୍କଟ ହୋଇଥିବା ବେଳେ  କଟକରୁ ୯୦୯,  ଷ୍ଟେଟ୍‌ପୁଲରୁ ୭୧୨, ସମ୍ବଲପୁରରୁ ୫୦୦, ମୟୂରଭଞ୍ଜରୁ ୩୭୬ ଓ  ବାଲେଶ୍ୱରରୁ ୩୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୧୦୪, ବରଗଡ଼ ୧୪୫, ଭଦ୍ରକ ୧୦୧, ବଲାଙ୍ଗିର ୨୫୯, ବୌଦ୍ଧ ୩୮, ଦେବଗଡ଼ ୨୪, ଢେଙ୍କାନାଳ ୬୯, ଗଜପତି ୧୩୫, ଗଞ୍ଜାମ ୧୩୯, ଜଗତସିଂହପୁର ୨୨୨, ଯାଜପୁର ୨୧୦, ଝାରସୁଗୁଡ଼ା ୨୧୧, କଳାହାଣ୍ଡି ୧୪୪, କନ୍ଧମାଳ ୪୨, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୮୪,କୋରାପୁଟ ୧୬୫, ମାଲକାନଗିରି ୫୪, ନବରଙ୍ଗପୁର ୧୦୬,ନୟାଗଡ଼ ୧୪୫, ନୂଆପଡ଼ା ୭୫, ପୁରୀ ୧୯୮, ରାୟଗଡ଼ା୧୫୬ ଓ ସୋନପୁର ୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ନୂଆ ୧୦,୮୫୬ଟି କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧, ୨୨,୭୩୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦୫୨୩୯୫ଜଣ ସୁସ୍ଥ ହୋଇସାରିଲେଣି। ୬୧,୮୦୯ଜଣ ଚିକିତ୍ସାଧୀନ ଅଛନ୍ତି।

ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୪୭୮କୁ ବୃଦ୍ଧି ପାଇଛି।

The post ଆଜି ବି ୧୦ ହଜାର ଉପରେ ପଜିଟିଭ ଚିହ୍ନଟ, ଆକ୍ଟିଭ କେସ୍‌ ୫୦ ହଜାର ପାର କଲା appeared first on Odisha Reporter.



from Odisha Reporter https://ift.tt/3InGl6X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages