ଗୌହାଟୀ: ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ କେମିତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସହଯୋଗ କରିଥିଲେ, ତା’ର ତଥ୍ୟ ସାମ୍ନାକୁ ଆସିଛି। ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଗୋଟିଏ ମସଜିଦର ସହାୟତାରେ ଆହତଙ୍କ ବ୍ୟକ୍ତିଙ୍କ ସମ୍ପର୍କରେ ତାଙ୍କ ପରିବାର ଲୋକ ତଥ୍ୟ ପାଇ ପାରିଛନ୍ତି।
ଏଥିସହ ପରିବାର ଲୋକଙ୍କ କଥା ଭାବି ବିକଳ ହେଉଥିବା ଆହତ ବ୍ୟକ୍ତି ଜଣଙ୍କ ମଧ୍ୟ ଏବେ ଆଶ୍ୱସ୍ତ ଲାଭ କରିଛନ୍ତି। ସବୁ କିଛି ଅଶ୍ୱିନୀ ବୈଷ୍ଣବ ଓ ମସଜିଦରେ ଲାଗିଥିବା ଲାଉଡ ସ୍ପିକର ଯୋଗୁ ସମ୍ଭବ ହୋଇପାରିଥିବା ଜଣେ ଅଧିକାରୀ କହିଛନ୍ତି।
ବିକାନେର-ଗୌହାଟୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାରେ ୯ ଜଣ ପ୍ରାଣ ହରାଇଥିବା ବେଳେ ୩୬ ଜଣ ଆହତ ହୋଇଥିଲେ। ଏହି ଆହତଙ୍କ ମଧ୍ୟରେ ରହିଛନ୍ତି ଆସାମ ଅନ୍ତର୍ଗତ ଧୁଲାର ଗାଁର ସୈଫିକୁଲ ଅଲୀ। ସେ ବିକାନେରରୁ ଗୌହାଟୀ ଆସୁଥିବା ବେଳେ ରେଳ ଦୁର୍ଘଟଣାରେ ଆହତ ହୋଇଥିଲେ।
ଟ୍ରେନ ଲାଇଚ୍ୟୁତ ହେବା ପରେ ତାଙ୍କୁ ଉଦ୍ଧାରକାରୀ ଦଳ ଜଲପାଇଗୁଡ଼ିରେ ଥିବା ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ଶୁକ୍ରବାର ଅଲୀ ଚିକିତ୍ସିତ ହେଉଥିବା ହସ୍ପିଟାଲରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚିଥିଲେ ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ।
ଏତିକି ବେଳେ ଶ୍ରୀ ବୈଷ୍ଣବ ଜାଣିବାକୁ ପାଇଥିଲେ ଯେ ଅଲୀ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିପାରୁ ନାହାନ୍ତି। କାରଣ ତାଙ୍କ ପାଖରେ କିମ୍ବା ପରିବାର ଲୋକଙ୍କ ପାଖରେ କୌଣସି ପ୍ରକାରର ମୋବାଇଲ ନାହିଁ। ତେବେ ଅଲୀ ତାଙ୍କ ଗାଁର ଜଣେ ବ୍ୟକ୍ତିଙ୍କ ଫୋନ ନମ୍ବର ରଖିଥିବା ଶ୍ରୀ ବୈଷ୍ଣବଙ୍କୁ କହିଥିଲେ।
ବାସ ଏହା ଶୁଣି ବୈଷ୍ଣବ ତୁରନ୍ତ ଉକ୍ତ ନମ୍ବରରେ ଫୋନ କରି ଅଲୀଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ଫୋନ ଉଠାଇଥିବା ବ୍ୟକ୍ତି ଜଣଙ୍କ ଅଲୀଙ୍କ ପରିବାର ଘରେ ନଥିବା କହିଥିଲେ। ବାରମ୍ବାର ଚେଷ୍ଟା ସତ୍ତ୍ୱେ ଅଲୀଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ହୋଇ ପାରି ନଥିଲା।
ଶେଷରେ ଗାଁରେ ଥିବା ମସଜିଦର ସହାୟତା ନିଆଯାଇଥିଲା। ଏଠାରେ ନମାଜ ପାଠ ପାଇଁ ଲାଗିଥିବା ଲାଉଡ ସ୍ପିକର ଯୋଗେ ଅଲୀଙ୍କ ସମ୍ପର୍କରେ ଘୋଷଣା କରାଯାଇଥିଲା। ବାସ୍ ଲାଉଡ ସ୍ପିକରରେ ଘୋଷଣା ହେବା କ୍ଷଣି ଅଲୀଙ୍କ ପରିବାର ଲୋକଙ୍କ ପାଖରେ ଏହା ପହଞ୍ଚି ଯାଇଥିଲେ। ସେମାନେ ତୁରନ୍ତ ରେଳବାଇ ଅଧିକାରୀଙ୍କ ସହ ଯୋଗାଯୋଗ କରି ଅଲୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ।
ଅଲୀଙ୍କ ବଡ଼ ଭାଇ ମଧ୍ୟ ଜଲପାଇଗୁଡ଼ି ଅଭିମୁଖେ ବାହାରିଛନ୍ତି। ସେ ଆଜି ହସ୍ପିଟାଲରେ ପହଞ୍ଚିବେ।
The post କେମିତି ଜଣେ ଆହତଙ୍କୁ ପରିବାର ସହ ଏକାଠି କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ appeared first on Odisha Reporter.
from Odisha Reporter https://ift.tt/3tvV4Z8
No comments:
Post a Comment