କୋଲକାତା: ଆଜି ଦେଶ ପାଳୁଛି ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀଙ୍କୁ ମନେପକାଇ ମୋଦିଙ୍କ ନିକଟରେ ନିବେଦନ କରିଛନ୍ତି।
ଜାନୁଆରୀ ୨୩କୁ ‘ଦେଶ ନାୟକ ଦିବସ’ ପାଳନ କରିବା ସହ ଜାତୀୟ ଛୁଟି ଘୋଷଣା କରିବା ପାଇଁ ମୋଦିଙ୍କ ନିକଟରେ ଦାବି କରିଛନ୍ତି ଦିଦି। ମମତା ବାନାର୍ଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଜାତୀୟ ଏବଂ ବିଶ୍ୱସ୍ତରୀୟ ଆଇକନ୍ ଭାବେ ନେତାଜୀଙ୍କ ଇତିହାସ ଭାରତୀୟ ଇତିହାସରେ ଅତୁଳନୀୟ।
ବୋଷ ହେଉଛନ୍ତି ଦେଶପ୍ରେମ, ସାହସ, ନେତୃତ୍ୱ, ଏକତା ଓ ଭ୍ରାତୃତ୍ୱର ମୂର୍ତ୍ତିମନ୍ତ ପ୍ରତୀକ। ନେତାଜୀ ସମସ୍ତ ପିଢ଼ିଙ୍କୁ ପ୍ରେରିତ କରିଛନ୍ତି ଓ କରୁଥିବେ ମଧ୍ୟ। ପଶ୍ଚିମବଙ୍ଗ ସରକାର ସାରା ରାଜ୍ୟରେ ପ୍ରୋଟୋକଲ ଅନୁଯାୟୀ ଦେଶ ନାୟକଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ପୂରା ରାଜ୍ୟରେ ପାଳନ କରୁଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ୍ରେ ନେତାଜୀଙ୍କ ପ୍ରଜ୍ଞାପନ ମେଢ଼ ସାମିଲ କରାଯିବ। ଏଥିସହ ଆମଦେଶ ସ୍ୱାଧୀନତାର ୭୫ ବର୍ଷ ଅବସରରେ ପଶ୍ଚିମବଙ୍ଗର ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ। ମୁଁ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଯେ ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରାଯାଉ। ଫଳରେ ସମଗ୍ର ଦେଶ ଜାତୀୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବ ଏବଂ ଦେଶ ନାୟକ ଦିବସଙ୍କୁ ଏକ ଭଲଭାବେ ପାଳନ କରିପାରିବ।’
ଅନ୍ୟପଟେ ମୋଦି ନେତାଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ୧୨୫ତମ ଜୟନ୍ତୀ ଅବସରରେ ମୋର ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଦେଶ ପ୍ରତି ତାଙ୍କର ପ୍ରତିଟି ଯୋଗଦାନକୁ ନେଇ ସମସ୍ତ ଭାରତୀୟ ଆଜି ଗର୍ବିତ।
सभी देशवासियों को पराक्रम दिवस की ढेरों शुभकामनाएं।
नेताजी सुभाष चंद्र बोस की 125वीं जयंती पर उन्हें मेरी आदरपूर्ण श्रद्धांजलि।
I bow to Netaji Subhas Chandra Bose on his Jayanti. Every Indian is proud of his monumental contribution to our nation. pic.twitter.com/Ska0u301Nv
— Narendra Modi (@narendramodi) January 23, 2022
The post ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଘୋଷଣା କରିବାକୁ ଦିଦିଙ୍କ ଦାବି appeared first on Odisha Reporter.
from Odisha Reporter https://ift.tt/3fPaj7C
No comments:
Post a Comment