କଳାହାଣ୍ଡି(ରାଜ କୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କୋକମୁଣ୍ଡା ଏନଏଚ-୨୬ରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁଯାୟୀ, ଗତ ରାତିରେ ଏକ ବାଇକରେ ୩ ଜଣ ଯାଉଥିଲେ। ଏହି ସମୟରେ କୋକମୁଣ୍ଡା ଏନଏଚ-୨୬ ରାସ୍ତା ପାର୍ଶ୍ୱରେ ଥିବା ଏକ ତାଳ ଗଛରେ ଗାଡ଼ିଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ବ୍ୟକ୍ତିକୁ ଭବାନୀପାଟଣା ହସ୍ପିଟାଲ ନିଆଯାଇଛି ।
ମୃତାହତଙ୍କ ପରିଚୟ ମିଳି ପାରି ନାହିଁ । ପୁଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
The post ବାଇକ୍ରେ ଯାଉଥିଲେ ୩ ଯୁବକ, ଗଛରେ ପିଟି ହୋଇଗଲା ଗାଡ଼ି appeared first on Odisha Reporter.
from Odisha Reporter https://ift.tt/3A7yDeg
No comments:
Post a Comment